STORYMIRROR

Dr.Omm Prasad Pradhan

Abstract Tragedy Classics

4  

Dr.Omm Prasad Pradhan

Abstract Tragedy Classics

ସୀତାୟନ

ସୀତାୟନ

1 min
8

ସୀତାୟନ
ମୁଁ ମର୍ଯ୍ୟାଦା ଲଙ୍ଘିଥିଲି ,
କାରଣ ଥିଲା , ...କରୁଣା 
ଦୟା, ପ୍ରେମ , ନିଷ୍କପଟ୍ଟତା ।
ଅତିଥି ଈଶ୍ୱର ଙ୍କ ର ସେବା ।

ମୁଁ ଲଙ୍ଘିଥିଲି ସାତ ସମୁଦ୍ର 
ଭୋଗିଥିଲି ପତି ବିରହ
ଅମ୍ଳାନ ପାଟ ବସ୍ତ୍ର ସହ 
ଶହ ଶହ ତସ୍ଛାଲ୍ୟ, ପ୍ରଲୋଭନ
ଶହ ଶହ ରାବଣ ର ଧିକ୍କାର ।

ସ୍ବର୍ଣ୍ଣ ମୟ ମୃଗ ପ୍ରଲୋଭନ କୁ 
ସମ୍ବରଣ ନ କରି ହୁଏ ବନ୍ଦୀ 
ରାବଣ ର ଅଶୋକ ବନ ରେ  
ଶେଷରେ ପରୀକ୍ଷା ହୁଏ ସତୀତ୍ଵ। 

ଦଶାନନ ଦଶଦିଗ ରେ ହୁଏ ନିନ୍ଦିତ
ସୀତା ର ହରଣ ନୁହେଁ , 
ସହ ଅପମାନିତ ହୁଏ ଆତିଥ୍ୟତ। 
ମହାଜ୍ଞାନୀ ହରାଏ ଗଣ୍ଡା ଗଣ୍ଡା ଆୟୁଷ ।

ମୁଁ ଚୟନ କରିଥିଲି ରାମ !
ଦାଶରଥି, ମର୍ଯ୍ୟାଦା ପୁରୁଷୋତ୍ତମ !
ବଚନ ପାଇଁ ବ୍ୟସନ କୁ ତୁଛ ମଣୁଥିବା 
ଏକ ମହମାନବ କିମ୍ବା ଈଶ୍ୱର । 

ବୃଷସ୍କନ୍ଧ ଙ୍କୁ ଭରସି ହୁଏ ବନବାସୀ 
ପୁଷ୍ପ ସମ ପାଦ ହୁଏ ରକ୍ତିମ , 
ପ୍ରସ୍ତର ସମ ହୁଏ ପଦଚର୍ମ 
ସାମାନ୍ୟ ଉତ୍କଣ୍ଠା ରୁ ହୁଏ ବନ୍ଦୀ 

ଯୁଦ୍ଧ ରେ ରାବଣ ହୁଏ ନିହତ 
ବିଜୟ ହୁଏ ପୁରୁଷ ର ଅହଙ୍କାର 
କିନ୍ତୁ ହାରିଯାଏ ସୀତା ....
ସେହି ରାମ ଙ୍କ ଦ୍ୱରା ହୁଏ ପରିତ୍ୟକ୍ତା 

ଅଗ୍ନି ସମ ସତୀତ୍ୱ ର ହୁଏ ପରୀକ୍ଷା
ଅପମାନ ହୁଏ ଅସହ୍ୟ 
ଦୁଇ ଫାଳ ହୁଏ ପୃଥିବୀ 
ଫେରିଯାଏ ମାତୃଗର୍ଭ କୁ 
ମୋ ମାଆ ପାଖକୁ , ମୁଁ ସୀତା ।।।

















Rate this content
Log in

Similar oriya poem from Abstract