STORYMIRROR

Dambarudhar Bag

Abstract Others

3  

Dambarudhar Bag

Abstract Others

ବୋଧେ ଏଇତ ଜୀବନ

ବୋଧେ ଏଇତ ଜୀବନ

1 min
24.5K


ଯେଉଁଠି ଖୋଜା ଚାଲେ

ନିତି ପେଟ ପାଇଁ ଦୁଇ ମୁଠା ଅନ୍ନ

ଯେଉଁଠି ବଞ୍ଚିବା ପାଇଁ

ଦେଖିବାକୁ ପଡେ ଅନେକ ଅନେକ

ଅସୁମାରି ସ୍ଵପ୍ନ

ଯେଉଁଠି ପାଦେ ଜାଗା

ଅକ୍ତିଆର କରିବା ପାଇଁ

ହୁଏତ ଦେବାକୁ ପଡିପାରେ

ନିଜର ଅମୂଲ୍ୟ ଜୀବନ

ଯେଉଁଠି ନିଜର ହକ୍ ପାଇଁ

ହଜାଇବାକୁ ପଡେ

ନିଜର ମାନ ସମ୍ମାନ

ଯେଉଁଠି ନିଜର ପ୍ରେମିକାକୁ ପାଇବାକୁ

ଭୁଲିବାକୁ ହୁଏ ଆତ୍ମୀୟସ୍ବଜନ

ଯେଉଁଠି ବଞ୍ଚିବା ପାଇଁ

ମରିବାକୁ ହୁଏ

ପ୍ରତି ରାତି ଦିନ

ଯେଉଁଠି ମରିବାକୁ

ପୁଣି ଖୋଜା ହୁଏ

ଏକ ନିର୍ଜନ ସ୍ଥାନ ।

ଯେଉଁଠି ଖୋଜା ଚାଲେ

ଅଣ୍ଟା ପାଇଁ ଚାଖଣ୍ଡେ ବସ୍ତ୍ର

ଆଉ ଜୀବନ ସାରା ହେବାକୁ ପଡେ

ଅସ୍ତ ବ୍ୟସ୍ତ ।

ତଥାପି ତ ଜୀଇଁବାର ଅଛି ।

ଥାଉ ପଛେ ହଜାରେ ସପନ

ସତ୍ୟ ନ ହୋଇ

ଯାଉ ପଛେ ନିଜର ମାନ ସମ୍ମାନ

ଧୂଳିସାତ୍ ହୋଇ

ଯାଉ ପଛେ ଜୀବନ

ଦୁଇ ମୁଠା ଅନ୍ନ ସକାଶେ ଚାଖଣ୍ଡେ

ପେଟ ପାଇଁ

ଯାଉ ପଛେ ସଂଘର୍ଷ ପୂର୍ଣ୍ଣ ଦିନ ଗୁଡିକ

ପଶ୍ଚିମ ଦିଗରେ

ନିତି ଅସ୍ତ ହୋଇ

ପୁଣି ତ ପୂର୍ବ ଦିଗରେ

ଉଦୟ ହେବ ଏକ ନୂତନ ସୂର୍ଯ୍ୟ

ଏକ ରକ୍ତିମ ଆଭା ନେଇ ।

ଏମିତି ତ ସମୟ ଗଡି ଚାଲିଛି

ଅବିରାମ ଗତିରେ

ଅବିଶ୍ରାନ୍ତ ଭାବରେ

ବେଶ୍ ରାତି ଦିନ ।

ସେଇଥି ପାଇଁ ତ

ବଞ୍ଚିବାକୁ ହେବ

ଏଇ ଆମ ବିଭୁ ଦତ୍ତ

ଶ୍ରେଷ୍ଠ ମଣିଷ ଜୀବନ

ଆଉ ଏଇ ବଞ୍ଚିବାର ଅନ୍ୟ ନାମ

ବୋଧେ ଏଇତ ଜୀବନ ।

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି

ଫୋନ ନମ୍ବର 9178225764


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract