STORYMIRROR

Dambarudhar Bag

Abstract

2  

Dambarudhar Bag

Abstract

କରୋନା ଅସ୍ତ୍ର

କରୋନା ଅସ୍ତ୍ର

1 min
171

ଭୀମକୁ ମାରିବା ପାଇଁ ଅଶ୍ଵତ୍ଥାମା 

ନାରାୟଣ ଅସ୍ତ୍ର କଲେ ପ୍ରୟୋଗ

ହେଲେ ଭୀମସେନ କୃଷ୍ଣଙ୍କ ଆଦେଶେ 

ଅସ୍ତ୍ରଶସ୍ତ୍ର କରିଥିଲେ ଯେ ତ୍ୟାଗ

ବିନମ୍ର ଭାବରେ ପ୍ରଣିପାତ କଲେ 

ଅସ୍ତ୍ର ର ପ୍ରଭାବ ହେଲାଟି ଶୂନ୍ଯ

ଦର୍ପ ଯଦି ଭୀମ ଦେଖାଇ ଥାଆନ୍ତେ 

ନିଶ୍ଚେ ଯାଇଥାନ୍ତା ତାଙ୍କରି ପ୍ରାଣ

ଆସି ଚାଲିଗଲା ନାରାୟଣ ଅସ୍ତ୍ର 

କରିତ ପାରିଲା ନାହିଁ ସେ କିଛି

ଅଶ୍ଵତ୍ଥାମା ଦେଖି ହୋଇଲା ଚକିତ 

ତଳେ ଯେ ବସିଲା ସେ ମୁହଁ ପୋଛି

ଏମିତି କରୋନା ଆସିଅଛି ଧାଇଁ 

କରିବାକୁ ନାଶ ସାରା ପୃଥିବୀ

ଦେଶ ପରେ ଦେଶ ବୁଲି ବୁଲି ସିଏ 

ନେଉଅଛି ପ୍ରାଣ କିଛି ନ ଭାବି

ଘରେ ରହି ଯଦି କରିବା ସଂଗ୍ରାମ 

ବାହାରିବା ନାହିଁ ମୋଟେ ଦ୍ବାରକୁ

ମଣିଷ ନ ପାଇ ଆପେ ଚାଲିଯିବ

ନେଇ ପାରିବନି କାହା ପ୍ରାଣକୁ

ଯଦି ଆମେ ଯିବା ଘରୁ ବାହାରି 

କରୋନା ନିଶ୍ଚୟ ଆସିବ ମାଡି

ବାରମ୍ବାର ଆଖି ପାଟିକୁ ଛୁଇଁଲେ 

ଏ ଜୀବନ ରଥ ଯିବଟି ଗଡି

ଜରୁରୀ କାମରେ ଯଦି ବାହାରିବ 

ସଦା ମାସ୍କ ମୁହେଁ ନିଶ୍ଚେ ଢାଙ୍କିବ

ଏକ ମିଟର ବ୍ୟବଧାନରେ ତୁମେ 

ସାମାଜିକ ଦୂରତାରେ ରହିବ

ଶୀଘ୍ର କାମ ସାରି ଫେରିବ ଘରକୁ 

ଗୋଡ ହାତ ଧୋଇ ପଶିବ ଘରେ

କବାଟ ଦେଇ ଘରେ ରହିଥିବ ଭାଇ 

ବାହାରିବ ନାହିଁ କାହା ଡାକରେ

ଦେଖିବ କରୋନା ପାଶ ମାଡିବନି 

ପରାକ୍ରମ ତା'ର ହୋଇବ ଶେଷ

ଏକୋଇଶ ଦିନ ଏମନ୍ତ ରହିଲେ 

କରୋନାରୁ ମୁକ୍ତି ଲଭିବ ଦେଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract