ଫୁଲ
ଫୁଲ
ଫୁଟି ଫୁଲ ମହକିଲେ
ହସେ ଉପବନ ।
ଝଡିଗଲେ ଫୁଲ ଗଛୁ
ଦିଶଇ ଶ୍ରୀହୀନ ।
ପବନ ବହଇ ଧିରେ
ହୋଇ ସୁବାସିତ ।
ସର୍ବଜନ ସର୍ବପ୍ରାଣ
ହୁଏ ପୁଲକିତ ।
ଫୁଲ ପାଇଁ ହୁଏ ସୃଷ୍ଟି
କେତେ ତରୁଲତା ।
ନ ଫୁଟିଲେ ଫୁଲଗଛେ
ବିନାଶ ହୁଅନ୍ତା ।
ବୃକ୍ଷ ଅଛି ବୋଲି ଏଠି
ଦିଏ ଅମ୍ଳଜାନ।
ତିଷ୍ଠିଛନ୍ତି ଜୀବଜନ୍ତୁ
ବଞ୍ଚିଅଛି ପ୍ରାଣ ।
ଫୁଟିଥିଲେ ଫୁଲ ପୁଣି
ବଢାଏ ସୌନ୍ଦର୍ଯ୍ୟ।
ବୃକ୍ଷ ଦିଶେ ମନୋହର
ଲାଗଇ ଆଶ୍ଚର୍ଯ୍ୟ।
ସୃଷ୍ଟିର ରହସ୍ଯ କେତେ
ରହିଛି ପୁଷ୍ପରେ ।
ପୁଷ୍ପ ବିନା ସୃଷ୍ଟି ନାହିଁ
ଏସାରା ମହୀରେ ।
ଧନ୍ୟ ତୁମେ ଧନ୍ୟ ପ୍ରଭୁ
ଧନ୍ୟ ସୃଷ୍ଟି କର୍ତ୍ତା ।
ପୁଷ୍ପ ବିନା ଏ ସଂସାରେ
ନାହିଁ କିଛି ସତ୍ତା ।