STORYMIRROR

Dambarudhar Bag

Inspirational

3  

Dambarudhar Bag

Inspirational

ଜନତା କର୍ଫ୍ୟୁ

ଜନତା କର୍ଫ୍ୟୁ

1 min
18


ଚାରିଆଡ଼େ ଜନଶୂନ୍ଯ

ଦୋକାନ ବଜାର ରାସ୍ତା ଘାଟ ଖାଲି

ସମସ୍ତେ ବୋଧେ ଘର ଭିତରେ ,

ଶାନ୍ତ ହୋଇ ପଡିଛି ଭାରତ ବର୍ଷ

ନା ଗାଡିର ଘୋ ଘାଁ ଶବ୍ଦ

ନା ଜନ ସାଧାରଣଙ୍କର

ହେଲେ ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ

ମନକୁ କରୁଛି ପୁଲକିତ

ଆଜି ବୋଧେ ବଞ୍ଚି ଯାଇପାରେ

ମହଣ ମହଣ ଖଣିଜ ତୈଳ

ଶାନ୍ତିରେ ଟିକେ ନିଃଶ୍ବାସ ମାରିପାରେ ବାୟୁମଣ୍ଡଳ

ନା ସେ ଆଜି ଧୂଳି ଧୂସରିତ

ନା ସେ ଶବ୍ଦରେ ପ୍ରଦୂଷିତ

ପୃଥିବୀର ମାତା ବି ଶାନ୍ତି

ନା ତା ଉପରେ ଗଡୁଛି ଗାଡି ଘୋଡା

ନା ଚାଲୁଛି ମଣିଷ

ଆଜି ସେ ବି ଭାର ଶୂନ୍ଯ

ଶାନ୍ତି ରେ ମାରୁଛି ଟିକିଏ ନିଶ୍ବାସ

ଗୋଟେ ପ୍ରକାର ପୃଥିବୀଟା ଥମି ଯାଇଛି

ବୋଧହୁଏ ଅନେକ ଦିନ ପରେ ବିଶ୍ରାମ ନେଇଛି

ହେଲେ କରୋନା ଚାଲିଯିବ ତ !

ହଁ ନିଶ୍ଚିତ ।

ହେଇ ଦେଖୁନ କେତେ ସତର୍କ ହୋଇଗଲ ତୁମେ ମାନେ

ଦିନକୁ ବାରମ୍ବାର ହାତ ଧୋଉଛ

ଆଗରୁ...... ଥରେ ବି ନୁହଁ

ଜରୁରୀ କାମ ନ ହେଲେ ପଦାକୁ ଗୋଡ କାଢିଳନି

କାହା ସଂସ୍ପର୍ଶରେ ଆସିଲ ନାହିଁ

ହେଲେ ଏହା ଆଗରୁ ଘରଦ୍ବାର ଭୁଲିଯାଊଥଲ ସାଙ୍ଗ ସାଥି ମେଳରେ ।

ବାଃ କି ଚମତ୍କାର!

ମଣିଷ ମଣିଷ ମଧ୍ୟରେ ବ୍ୟବଧାନ

କରମର୍ଦ୍ଦନ ହୋଇଯାଇଛି ଭାରତ ବର୍ଷ କ'ଣ

ସାରା ବିଶ୍ଵରୁ ଉଭାନ

ଭାରତ ବର୍ଷର ସଂସ୍କୃତି ଆଜି ବିଶ୍ଵରେ ମହାନ

ହସ୍ତ ଯୋଡି ଜଣେ ଅନ୍ୟକୁ ଦେଉଛୁ ସମ୍ମାନ

ଏଇମିତି ଦିନେ ନୁହଁ କି ଦି ଦିନ ନୁହଁ

ସବୁ ଦିନ ପାଇଁ ଶପଥ ନିଅ

ଭୁଲିଯାଅନି ଦିନେ କି ଦି ଦିନରେ

ଦେଖିବ କରୋନା ପାଶ ମାଡିବନି

ଅବା କରୋନା ଭଳି ବଡ ବଡ ମହାମାରୀ ସବୁ

ଏକବାର

ଛୁ ହୋଇଯିବେ ।

ଦେଖିବ ନାଁ ପ୍ରଦୂଷଣ ବଢିବ

ନାଁ

ରୋଗ ବଢିବ

ସବୁ ସମାଧାନ ହୋଇଯିବ

ଅନ୍ତତଃ

ତୁମେ ତ ଶାନ୍ତି ରେ ବଞ୍ଚି ପାରିବ

ତୁମର ଆଗାମୀ ପିଢି ବି ତ ଶାନ୍ତି ରେ ଦିନ କାଟିବେ ।

ମୁଁ ତ ଧନ୍ୟବାଦ ଦେବି ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଙ୍କୁ

ତାଙ୍କ ନିର୍ଦ୍ଦେଶିତ ଜନତା କର୍ଫ୍ୟୁ କୁ ।

ଆସ ଆମେ ସମସ୍ତେ ସଚେତନ ହେବା

ବେଳ ଥାଉ ସାବଧାନ ହେବା

କରୋନା ଭଳି ମହାମାରୀକୁ ସମୂଳେ ଧ୍ବଂସ କରିବା ।

ନିଜେ ସୁସ୍ଥ ରହିବା ସହ ସାରା ଦେଶ

ସମଗ୍ର ବିଶ୍ବକୁ ସୁସ୍ଥ ରଖିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational