STORYMIRROR

Dambarudhar Bag

Abstract

2  

Dambarudhar Bag

Abstract

ଜୀବନର ହୋଲି

ଜୀବନର ହୋଲି

1 min
151

ତୁମେ ଆସିଥାଅ ସାତ ରଙ୍ଗ ଧରି

ବୋଧେ ରଙ୍ଗମୟ କରିବାକୁ

ସାରା ଦୁନିଆ କୁ

ସାତ ରଙ୍ଗରେ

ରଙ୍ଗେଇ ବି ଦିଅ

ସଭିଙ୍କ ଜୀବନକୁ

ମନ ଭରି

ହେଲେ ପୁଣି ଫିକା ଫିକା

ଲାଗେ

ଝଟକିନା ଛାଡିଯାଏ ରଙ୍ଗ

ଉଦାସ ଲାଗେ

ଏମିତି

କେ ଜାଣି କାହିଁକି ଆସ

ଫି ବର୍ଷରେ

ରଙ୍ଗେଇ ଦେଇ ଯାଅ

ଦେଇ ଯାଅ ପୁଣି ସାଥେ ଆଣିଥିବା

ସୁଖ ସମୃଦ୍ଧି

ଶାନ୍ତି ର ବାର୍ତ୍ତା

ପ୍ରେମର ଫଲଗୁ

ଦୟା କ୍ଷମାର ଅସରନ୍ତି ଭାବ

ନୂତନ ବିଚାର ର ଅସରନ୍ତି ଅଭିସାର

ପୁଣି ଦେଇଯାଅ ନୂଆ ନୂଆ ସପନ ସାଥେ

ଢେର୍ ସାରା ବିଶ୍ବାସ

ହେଲେ କାହିଁ ସେ

ସବୁ ମିଳେଇଯାଏ

ଆପଣାଛାଏଁ

ତୁମର ପ୍ରେମର ରଙ୍ଗ

ତୁମର ବିଶ୍ବାସ ର ରଙ୍ଗ

ତୁମର ସୁଖ ସମୃଦ୍ଧି ଶାନ୍ତି ର ରଙ୍ଗ

ତୁମର ନୂତନ ସ୍ବପ୍ନସବୁର ର ରଙ୍ଗ

ଦୟା କ୍ଷମାର ରଙ୍ଗ

ଫିକା ପଡିଯାଏ ଜୀବନ

ଫିକା ପଡିଯାଏ

ସାରା ଗାଁ ସହର ନଗରର ସବୁ ଗଳି

ହେଲେ ଭୁଲି ଯାଅନି

ତୁମେ ଆଉ ଥରେ ଆସ

ସାଥେ ନେଇ କୋଇଲି ର ପଞ୍ଚତାନ ସ୍ବର

ବଜାଇ ଦିଅ ବୀଣାର ଝଙ୍କାର

ସେହି ଝଙ୍କାରରେ

ପଲ୍ଲବିତ ହୋଇଉଠୁ ବୃକ୍ଷରାଜି ତରୁଲତା

ଶାଗୁଆ ଶାଗୁଆ ଦିଶୁ ପୃଥିବୀ

ପଳାସ ଫୁଲ

ଶିମିଳି ଫୁଲରେ ହସି ଉଠୁ ଧରା

ଆମ୍ବ ବଉଳର ମହ ମହ ବାସ୍ନା ରେ

ମହକି ଉଠୁ ଚଉଦିଗ

ହଳଦି ବସନ୍ତ ଉଡିବୁଲୁ ଏ ଡାଳରୁ ସେ ଡାଳ

ଏମିତି ତ ଆମ ଜୀବନ ଫିକା ହିଁ ଫିକା

କ'ଣ ଆମେ କି ବଞ୍ଚି ପାରୁଛୁ ଶାନ୍ତି ରେ

ଆମେ ପରା ଚିର ଅଭାବୀ

ଆମକୁ ଯେତେ ହେଲେ ବି ନିଅଣ୍ଟ

ଫିକା ହେବନି ବା କାହିଁକି ଯେ ଆମ

ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract