STORYMIRROR

Dambarudhar Bag

Abstract Inspirational

3  

Dambarudhar Bag

Abstract Inspirational

କୁନି ପରୀ

କୁନି ପରୀ

1 min
364



ଛୁଅଁନା ଛୁଅଁନା ଜମାରୁ ଛୁଅଁନା

ତାକୁ ଜମାରୁ ଛୁଅଁନା ତୁମେ।

କଢଟିଏ ସିଏ ସରାଗେ ବଢୁଛି

ଦିନେ ଫୁଟିବ ଏ ଧରା ଧାମେ।

ସରଳ ନୀରିହ ନିଷ୍ପାପ ଶିଶୁଟି

ସତେ ସିଏ ଏକ ଫୁଲ କଢି ।

ଫୁଟିବା ଆଗରୁ ଛିଣ୍ଡାଅ ନି ତୁମେ

ତାକୁ ମୂଳରୁ ଦିଅନା ତାଡି ।

ଚେଷ୍ଟା କରନାହିଁ ଅଟକାଇବାକୁ

ଅଟକାଅନା ଜମା ତାହାକୁ ।

ନଈଟିଏ ସିଏ ବହି ବହି ଯିବ

ଜଳ ଦେଇଯିବ ତୃଷାର୍ତ୍ତକୁ ।

ଦେଖ ତାକୁ ଦେଖ ଓହ୍ଲାଇ ଆସିଛି

ସେହି ସରଗ ରାଇଜ ଠାରୁ ।

ପରୀଟିଏ ସେ ସୁନା ଝରିଟିଏ ସେ

ଝରେ ମୁକୁତା ତା'ର ହସରୁ।

ଜାଣେନି ଛଳନା ଜାଣି ନାହିଁ ମାୟା

କପଟିଆ ଭାବ ସେ ଜାଣେନା ।

ସହାସ୍ୟ ବଦନ ଦିଶେ ଶୋଭାବନ

ତା'ପାଇଁ ଯେ ସୁନ୍ଦର ଅଗଣା।

ସୁରୁ ସୁରୁ ପାଦ ଟିକି ଟିକି ହାତ

ଟିକି ଟିକି ଯେ ତା'ର ହୃଦୟ।

ଭାଙ୍ଗିଦିଅ ନାହିଁ ମନକୁ ତାହାର

ଦିଅ ତାକୁ କୋଳରେ ଆଶ୍ରୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract