କଳିର ହେଉଛି ଇତି
କଳିର ହେଉଛି ଇତି
1 min
23.9K
ସେହି ସତ୍ଯ ଯୁଗ ଫେରି ଆସୁଛି
ମିଳୁଛି ଶୁଭ ସଂକେତ ।
ପ୍ରକୃତି ବି ଆଜି ହସି କହୁଅଛି
ମୁଁ ବଦଳିଛି କିଞ୍ଚିତ ।
ଭୁଲିଛି ମଣିଷ ରାଗ ହିଂସା ଭାବ
ନିଜେ ଗୃହବନ୍ଦୀ ହୋଇ ।
ଦୟା କ୍ଷମା ପର ଉପକାର ଭାବ
ଫେରୁଛନ୍ତି ଏକ ହୋଇ ।
ନିଜ କଥା ସହ ପଡୋଶୀଙ୍କ କଥା
ଭାବୁଛି ଘରରେ ବସି ।
ଏ ବିପଦ କାଳେ ଦୁଃଖିର ମୁହଁରେ
ହସ ଫୁଟାନ୍ତି ସେ ଆସି ।
ହାତ ଠାରି କହେ ମୃଦୁ ସମୀର
ମୁଁ ବି ଉଲ୍ଲସିତ ଆଜି ।
ପ୍ରଦୁଷଣ ମୁକ୍ତ ଜଳ କହେ ହସି
ସେ ବି ସେ କଥାରେ ରାଜି ।
କମିଛି ଘଟଣା ଆଉ ଦୁର୍ଘଟଣା
ଅତ୍ୟାଚାର ଓ ଅନୀତି ।
ସତେକି ଲାଗୁଛି ସତ୍ଯ ଯୁଗ ଫେରି
କଳି ର ହୋଇଛି ଇତି।
