ଦୁହିତା
ଦୁହିତା
ଦୁଇ କୁଳ ହିତା ଅଟେ ମୁଁ ଦୁହିତା
ପିତା ମାତାଙ୍କର ପରୀ ।
ଶାଶୁ ଶ୍ବଶୁରୁଙ୍କ ଗେହ୍ଲା ବୋହୁଟେ ମୁଁ
ମୋତେ ହେବ କିଏ ସରି।
ପ୍ରଦୀପଟିଏ ମୁଁ ଦୁଇଟି କୁଳର
ସରାଗରେ ଜଳେ ନିତି ।
ଜଳି ଜଳି ଦୂର କରେ ମୁଁ ଅନ୍ଧାର
କରେ ନା କାହାକୁ ସାଥୀ ।
ସୁଖ ମୁଁ ଖୋଜେନା ଜୀବନରେ ମୁଁ
ଦୁଃଖ ମୋର ସହଚର ।
ବାପଘର ଭଳି ଶ୍ବଶୁର ଘର ବି
ଲାଗୁଥାଏ ସ୍ବର୍ଗ ପୁର ।
ସେତୁଟିଏ ମୁହିଁ ଦୁଇଟି କୁଳର
ଯୋଗସୂତ୍ର ରକ୍ଷାକାରୀ ।
ଭାବେନା କାହାକୁ କେବେ ପର ବୋଲି
ଶତ୍ରୁ ନୁହେଁ ମୁଁ କାହାରି ।
ଜନମ ହୋଇଛି ମାଆ ଘରେ ମୁହିଁ
ମରଣ ମୋ ଶାଶୁ ଘର ।
ସେବାରେ ଜୀବନ ବିତଇ ମୋହର
ସେବା ହିଁ ତ ଧର୍ମ ମୋର ।