Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

କହରେ କାଳିଆ

କହରେ କାଳିଆ

1 min
305


ଅତି ବିଚଳିତ ମନ ବୁଦ୍ଧି ଦିଶୁ ନାହିଁ 

ବହୁଅଛି ଅଶ୍ରୁପୁଣି ଧାର ମାନେନାହିଁ 

କାଳିଆ ଶୁଣରେ ।


ବହୁଦିନହେଲା ପ୍ରଭୁ ଦେଖିନି ମୁଁ ନେତ୍ରେ

କମ୍ପୁଅଛି ଦେହମୋର ରୋଗରଆକ୍ରାନ୍ତେ

ଚକାନୟନରେ ।


କି ହେଉଛି ମୋର ପ୍ରଭୁ କହି ପାରୁ ନାହିଁ

କେବଳ ଶ୍ରୀ ମୁଖ ନାଥ ଦେଖୁ ଅଛି ମୁହିଁ

ତୁ ସୃଷ୍ଟିକର୍ତ୍ତାରେ ।


ଯିବି ତୋର ଧାମେ ପ୍ରଭୁ ଭାବି ଥିଲି ମୁହିଁ

ବୃଦ୍ଧ ଏ ବୟସ ପ୍ରଭୁ ଶକ୍ତି ହେଲା ନାହିଁ 

ଦୁଃଖିତ ମୁହିଁରେ ।


ଅଟୁ ତୁ ଆରାଧ୍ୟ ମୋର ହେ ଜଗା ଠାକୁର

ହୃଦେ ମୁଖେ ନାମ ତୋର ଗୁଞ୍ଜୁ ନିରନ୍ତର

ଅଛି ମାଗୁଣି ରେ ।


ଗୁଞ୍ଜୁ କୃଷ୍ଣ କୃଷ୍ଣ ନାମ ରାମ ରାମ ଗୁଞ୍ଜୁ

ଗୁଞ୍ଜୁ ଜଗାଜଗା ନାମ ହରେହରେ ଗୁଞ୍ଜୁ 

ମୋହରି ଆଶାରେ ।


ଦେଖୁ ଥିବି ନେତ୍ରେ ମୁହିଁ ଜ୍ଞାନ ରହି ଥିବ

ଆତ୍ମା ତହିଁ ପ୍ରମାତ୍ମାରେ ମିଶ୍ରିତ ହୋଇବ

ଗୁହାରି ଏହୁରେ ।


Rate this content
Log in

Similar oriya poem from Abstract