ଯାହା ହିଁ କରିବୁ, ତାହା ହିଁ ପାଇବୁ
ଯାହା ହିଁ କରିବୁ, ତାହା ହିଁ ପାଇବୁ
ଜୀବନର ଗତି ଅଟେ ଅବିଶ୍ରାନ୍ତ
ବିଶ୍ରାମ ତାହାର ଅଛି କି?
ଶୈଶବରୁ ପୌଢ କାଳ ହେବ
ବିଗତ ଯୌବନ ଫେରିବ କି? |୧|
ସମୟ ଚାଲିଛି, କବି ତ ଲେଖିଛି,
ଥାଆନ୍ତାକି ମୋର ବିହଙ୍ଗ ପକ୍ଷ,
କଅଣ ହେବ କୁହ ବୁଦ୍ଧି ନଷ୍ଟ କରି ଚେଷ୍ଟା
କଲେ, ଲଙ୍ଘିବାକୁ ସମ୍ରୁଦ୍ର ଅବା ଗିରି ବକ୍ଷ? |୨|
କୃତ୍ରିମତା ଭରା ଉଦ୍ୟାନଟିଏ, ଶୋଭାମୟ
ଦର୍ଶନୀୟ ହୋଇପାରେ
ହେଲେ ପ୍ରକୃତିକ ସୁନ୍ଦରତା, ପ୍ରେମମୟ ମନ
ସୃଷ୍ଟି ହୋଇ ପାରିବ କି ସେଥିରେ ? |୩|
କୃତ୍ରିମ ହୃଦୟ ଘେନି କୃତ୍ରିମ ପଛରେ
ପଡିଛେ ନୂତନ ଯୁଗରେ ଏଠି,
ଏଇ ମାୟା ନଗରୀରେ, ପୁଂଜିପତି ପାଇଁ
ଖଟୁଛେ ଆମେ ଖାଲି ବେଠି |୪|
ହେ କୋଟିପତି, ଧନ ରହିବ କି ପାଶେ,
ହେବୁତୁ ଅମଡା ଭୂଇଁ
ଦିନେ ମଡ଼ା ମଡ଼ା ବୋଲି, କହିବେ ସଭିଁଏ
ଉପରେ ଗୋବର ପକେଇ |୫|
ସ୍ୱାର୍ଥପର ହୋଇ ରଖିଛୁ, ସଂଗରେ ତୋର
ଶହଶହ ଏକର ଭୂଇଁ,
ଟଲଷ୍ଟୟଙ୍କ ଗପ ଭଳି ଶେଷେ ଦରକାର ଛଖଣ୍ଡ
କାଠ ଅବା ଛଅ ହାତ ଜାଗା ତହିଁ |୬|
ଆସିଅଛୁ ଏକା ଯିବୁ ହିଁ ଏକା, ଶୂନ୍ୟ ଶୂନ୍ୟ ଶୂନ୍ୟ
ଥିବ ତୋ ହାତରେ
କହୁଅଛୁ ଖାଲି ମୋର ମୋର, ମୋର, ମୋର ,
ଏ ଅଳିକ ଜୀବନରେ |୭|
ଯିଏ ରାମ, ସିଏ ଶ୍ୟାମ, ସେହି ଯୀଶୁ, ସେହି
ବି ତ ଇଶ୍ୱର
ସେହି ତ ଆଲ୍ହା, ଦୃଷ୍ଟି ଖାଲି ଭିନ୍ନ ଭିନ୍ନ ଆମରି
ମଣିଷ ମନର ଭିତର |୮|
ପାଇବକି ସତ୍ତା ଇଶ୍ୱରଙ୍କର, ହେଉ ଘର ଅବା
ଗୀର୍ଜା, ଚର୍ଚ୍ଚ ଅବା ମନ୍ଦିର,
ଆତ୍ମ ଗର୍ବେ କେବଳ ନିଜେ ଉଚ୍ଚ ଜାତି, ଉଚ୍ଚ ଧର୍ମ
ଭାବନା ଅଛି ତ ଏଇ ମଣିଷର |୯|
କାହିଁକି ବୁଝୁ ନାହେଁ ଆମେ, ସମତା ପ୍ରକୃତିର ଧାରା,
ଅନ୍ୟକୁ ଘୃଣା ତେଣୁ କର,
ଅନ୍ଧତ୍ୱ ଭିତରେ ରହି, ମୋ ଦିଅଁ, ମୋ ଠାକୁର ବଡ
ବୋଲି, କର ବିଚାର |୧୦|
ଏକ ଜାତି ଅଟଇ ମାନବ ଜାତି, ପାଏ ପ୍ରେମଧାରା
ମନ୍ତ୍ର ସବୁ ଧର୍ମ ଭିତର
ପାଇଛୁ ଶ୍ରେଷ୍ଠ ମନୁଷ୍ୟ ଜନମ, ଶ୍ରେଷ୍ଠତା କୁ ଧରି,
କରମ ସବୁକୁ କର |୧୧|
କିଆଁ ନେଉ ରେ ପାଷାଣ୍ଡ ପଶୁତ୍ୱର ଉଗ୍ର ରୂପ, ଦ୍ୱାହି
ଦେଇ ଧରମର
ଯାହା କରିବୁ ତାହା ହିଁ ପାଇବୁ, ଭୁଲୁଛୁ କିଆଁ କହ
ଗୀତା ମହତ୍ୱ ଏଇ ତତ୍ତ୍ୱର |୧୨|
ବୋଲାଉ ଶିକ୍ଷିତ ନାହିଁ ତ ତୋହର ମନ ହୃଦୟ
ମଧ୍ୟରେ ଭକ୍ତିର ଭାବ
ହୁଅ ବାହୁବଳୀ, ଧନରେ କୁବେର, ଭାବୁ ନିଜକୁ ବଡ଼,
ସଙ୍ଗେ କିଛି ତ ନରହିବ |୧୩|
ସମୟ ଗଡି ଚାଲିଛି, ସମୟ ଅଟକିବନି ଦିନେ ତ
ଦିନେ ପହଞ୍ଚିବ ଶେଷ କାଳ,
ଅତିକ୍ରାନ୍ତ ଯଦି କରିବ କଳହରେ ସମୟକୁ, ବୃଥା
ଚେଷ୍ଟା କି ହେବ ସଫଳ |୧୪|
ସମୟ ସାଥୀରେ ତାଳ ଦେଇ କରି କର୍ମ କର୍ତ୍ତବ୍ୟ
ମାନ ଯାଅ କରି
ନଚେତ ଅତୀତ ହୋଇଲେ ବିଯୁକ୍ତରେ ଥିବ ଅନୁତାପ
ଜ୍ୱାଳାରେ ଖାଲି ଯିବ ମରି |୧୫|
