STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ବିଶ୍ଵ ମାତୃଭାଷା ଦିବସ

ବିଶ୍ଵ ମାତୃଭାଷା ଦିବସ

1 min
188

 ମା ମାଟିର ଭାଷା

 ଆମ ମାତୃଭାଷା

 ମାତୃଭୂମି ର ଭାଷା

 ଜୀବନ ଜୀବିକା ର ଭାଷା

 ଭାବ ବିନିମୟ ର ସାହା ଭରସା

    ମାତୃଭାଷା ଆମ ମାତୃଭାଷା 

   ସଭିଏଁ ଆଜି ଛାଡି ଅଳସ

   ବୁଝି ବୁଝାଇ ପାଳିବା ଆସ

    ଆମ ବଶ୍ଵ ମାତୃଭାଷା ଦିବସ ।


   ଯେ ଜାତିର ଭାଷା ଯେତେ ଉନ୍ନତ

     ସେ ଜାତି ହୋଇଛି ସେତେ ଉନ୍ନତ

   ଜାତି ପରିଚୟ ମା ମାଟି ପରିଚୟ

    ଦିଏ ଆମ ମାଟି ମା ର ଭାଷା

      ଆମ ଜନ୍ମଦାତ୍ରୀର ଭାଷା

    ବିଶ୍ଵ ଜନନୀ ର କୁହେ ପ୍ରଗତି କଥା

     ସମଗ୍ର ବିଶ୍ଵ ଏକ ସୂତ୍ରରେ ବାନ୍ଧିଛି

     ଆମ ସଭିଙ୍କୁ ଏହି ଆମରି ଭାଷା

    ସେ ମାତୃଭାଷା ସେ ମାତୃଭାଷା

    ମାତୃଭୂମି ଜନ୍ମଭୂମି କର୍ମଭୂମି

     ସଭିଙ୍କୁ ଦେଇଥାଏ ଉଚ୍ଚ ଆଶା

    ଭାଷା ଆଣେ ଜୀବନେ 

      କେତେ ନିନ୍ଦା ପ୍ରଶଂସା

    ସଂସ୍କାର ସଂସ୍କୃତି ଯେତେ ସଭ୍ୟତା

     ସବୁରି ମୂଳରେ ଅଟେ ଆମ ମାତୃଭାଷା

    ଭାଷା ଆଣେ ଭାବ

     ଭାଷା ଆଣେ ଭକ୍ତି ଜ୍ଞାନ ର ଭାବ

    ଯେତେ ସମୃଦ୍ଧ ଯେତେ ବିକାଶ

      ମାତୃଭାଷା ଅଟେ ତା'ର ପରିପ୍ରକାଶ

    ଆସରେ ଆସ ଆମ ଭଉଣୀ ଭାଇ ଆସ

   ଭାଷା ଭିତ୍ତିରେ ଗଢି ତୋଳିବା ସୁନ୍ଦର ବିଶ୍ଵ

     ଭାଷା ହିଁ ଆଶା ଭାଷା ବିଶ୍ଵାସ

    ଏହି ଆଶା ନେଇ ଶାନ୍ତି ମୈତ୍ରୀ ପଥେ

     ପାଳିବା ଆମେ ବିଶ୍ଵ ମାତୃଭାଷା ଦିବସ ।


   ଜନନୀର ଅଭିଳାଷ

     ଜନନୀ ଓଠର ପ୍ରଥମ ଭାଷା

   ଆମ ମାତୃଭାଷା ଆମ ହୃଦୟ ଭାଷା

    ବିଶ୍ଵ ଜନନୀ କୁ ବନ୍ଦନା କରି

    ବିଶ୍ଵେ ପରିଚୟ ଦେବା

    ଆମ ମାତୃଭାଷା ଆମ ଓଡିଆ ଭାଷା

     ସବୁ ଭାଷାକୁ ଦେବା ସମ୍ମାନ 

    ଆମ ଓଡିଆ ଭାଷାକୁ

      ଗଢି ତୋଳିବା ମହାନ

   କହିବା ଲେଖିବା ପଢିବା ଆସ

    ଜାଣିବା ବୁଝିବା ପୁଣି

     ପାନ କରିବା 

    ଆମ ମାତୃଭାଷା ର ମଧୁର ରସ

     ଭାଷା ଜ୍ଞାନ ଆମ ହେଲେ ସମୃଦ୍ଧ

    ଆମ ଜାତି ହେବ ବିଶ୍ଵ ସମୃଦ୍ଧ

     ସମଗ୍ର ବିଶ୍ଵରେ ପାଳୁଛି ଆଜି

     ଆମ ମାତୃଭାଷା ଭାଷା ଦିବସ

      ସବୁ ଭାଷା ବଢୁ ସବୁ ଜାତି ବଢୁ

    ଶାନ୍ତି ମୈତ୍ରୀ ଏକତା ସୂତ୍ରରେ

      ଯୁଗ ଯୁଗକୁ ତିଷ୍ଠୁ ଆମ ଏ ବିଶ୍ଵ

    ଓଡ଼ିଆ ହୋଇ ଶପଥ ନେବା ଆସ

     ଆମ ମାତୃଭାଷା କୁ ସମୃଦ୍ଧ କରି

     ପାଳିବା ପାଳିବା ଆସ

     ଆମ ବିଶ୍ଵ ମାତୃଭାଷା ଦିବସ

        ବିଶ୍ଵ ମାତୃଭାଷା ଦିବସ ।


   

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract