STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଦେଶରେ ଯୁବା ଯୁବତୀ

ଦେଶରେ ଯୁବା ଯୁବତୀ

1 min
163


କର୍ମ କରି ଭାଇ ଗୃହ ପାଳୁଛନ୍ତି

  କରନ୍ତି ରାଷ୍ଟ୍ରକୁ ସବଳ

ଗୃହସ୍ତାଶ୍ରମକୁ ଆନନ୍ଦେ ରଖନ୍ତି

  କରୁଛନ୍ତି ରାଷ୍ଟ୍ର ମଙ୍ଗଳ

ଗୁଞ୍ଜୁଅଛି ଶକ୍ତି ଆତ୍ମନିର୍ଭରର

ରାଷ୍ଟ୍ରପ୍ରେମପ୍ରୀତି ଆତ୍ମବିଶ୍ୱାସର

  ଶାନ୍ତି ସନ୍ଦେଶଟି ବିଶ୍ବର।


ଚାଇୱାଲା ଆଜି ଦେଶର ପ୍ରଧାନ

  ରାଷ୍ଟ୍ରପତିରେ ଆଦିବାସୀ

ସବୁଠାରୁ ବଡ ରାଜ୍ୟ ମୁଖ୍ୟମନ୍ତ୍ରୀ

  ଯୋଗୀ ପାଇଁରେ ଦେଶ ଖୁସି

ଅଛନ୍ତି ଆନନ୍ଦେ ଯୁବା ଓ ଯୁବତୀ

ମାତୃଭୂମି ପ୍ରତି କେତେ ତାଙ୍କ ପ୍ରୀତି

  ଗୁଞ୍ଜୁଛି ଭାରତର ଶକ୍ତି।


ଦୂରରେ ଯାଉଛି ଭ୍ରଷ୍ଟାଚାର ଦେଶୁ

  ନିଃସ୍ଵାର୍ଥର ଶାସନ ଯୋଗୁଁ

ଡିଜିଟାଲ୍ ଏବେ ହୋଇଛିରେ ଅସ୍ତ୍ର

  ଏବେ ନବଯୁବଙ୍କ ଅଙ୍ଗୁ

ନୂଆ ଆବିଷ୍କାର କରୁଛନ୍ତି ଯୁବା   

ଇତିହାସ ନୂଆ ଲେଖୁଛନ୍ତି କିବା

  ଶକ୍ତିର କି ଗୁଞ୍ଜନ ଅବା।


ନାରୀଶକ୍ତି ଗୁଞ୍ଜେ ବ୍ରହ୍ମାଣ୍ଡ ଭିତରେ

  ଅମୃତ କାଳେ ସେ ଆଗୁଆ

ଘୁଞ୍ଚୁଅଛି ଏବେ ଜାତିଭେଦ ଭାବ

  ବିଚାର ହୋଇଛି ବଢିଆ

ଦୀର୍ଘ ବର୍ଷ ପରେ ଆସିଛି ସୁଯୋଗ

ରାଷ୍ଟ୍ରରେ ଆସିଛି ଅପାର ସଂଯୋଗ

  ଦେଶର ଅଟେରେ ସୁଭାଗ୍ୟ।


ମାତୃଭୂମି ଆଉ ମାତୃଭାଷା ପାଇଁ

  ପ୍ରେମ ଯୁବା ଯୁବତୀଙ୍କର,

ତାହାରି ସାଧନେ ଚିନ୍ତିତ ସର୍ବଦା

  ସୁରକ୍ଷାରେ ଟି ନିରନ୍ତର 

ବିଶ୍ବଗୁରୁ ପରି ଆଦର ବିଶ୍ବରେ

ସମ୍ମାନ ହୁଏ ଏବେ କେତେ ତା'ର

  ଦେଶବାସୀ ହିଁ ଆନନ୍ଦରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract