STORYMIRROR

Nibedita Mishra

Abstract

3  

Nibedita Mishra

Abstract

ଝରକାର ଆରପାଖେନିବେଦିତା ମିଶ୍ର

ଝରକାର ଆରପାଖେନିବେଦିତା ମିଶ୍ର

1 min
155


ଝରକା ଆରଆଖେ ମୁଁ ଦେଖୁଥିଲି

ଏକ ବେଶ ଚଳଚଞ୍ଚଳ ପୃଥିବୀ,

ଯୋଉଠି ମୁଁ ଦେଖିପାରୁଥିଲି ମୋ ଗାଁ ଦାଣ୍ଡ

ଧୁଳିଧୂସରୁ କଂକ୍ରିଟ ପାଲଟି ଯାଉଥିବା ଦୃଶ୍ଯ

ଗାଁ ପୋଖରୀ ପୋତାହେଇ ସପିଂ ପାଲଟିିବା ପ୍ରକ୍ରିୟା

ଗାଁ ମାଇପିଙ୍କ ଦେହେ ଓଢଣା ଜାଗାରେ ଜିନ୍ସ 

ପ୍ରତି ପିଲା ହାତରେ ମୋବାଇଲ

ସତରେ କେତେ ଅଗ୍ରସର ହେଉଛି ଦୁନିଆ

ଏଇଆ ସାନ୍ତ୍ବନା ଦେଲାବେଳେ ମୋ ଅଶାନ୍ତ ମନକୁ

ପୁଣି ଏକ ଭିନ୍ନ ନଗ୍ନ ଦୃଶ୍ଯ ବିଚଳିତ କରିନେଲା 

ଗାଁ ପ୍ରତି ଘରେ ଘରେ ବିଜୁଳି ଆଲୁଅ ତଳେ 

ଝାପସା ଦିଶୁଥିଲା ରକ୍ତ ସମ୍ପର୍କର ସୂତାଖିଅ

ମୋବାଇଲରେ ଦୂରଦିଗନ୍ତ ସହ ଯୋଡି ହେବାବେଳେ

ଧିରେ ଧିରେ ଘଷି ହେଇ ଛିଡି ଯାଉଥିଲା ସେ।

ସଂଧ୍ଯା ସମୟରେ ଛୁଆଙ୍କ କୋଳାହଳରେ ଫାଟି ପଢୁଥିବା

ଗାଁ ଦାଣ୍ଡ କମ୍ପ୍ଯୁଟର ପାଖେ ପଡିଥିଲା ବନ୍ଧା

ତୁଳସୀ ଚଉରା ମୂଳ ଉଦାସୀ ନୟନେ ଖୋଜୁଥିଲା 

 ଘଣ୍ଟିର ସ୍ବର ଓ ସଞ୍ଜସଳିତାର ଶିଖା।

ରୋଷେଇଘର କୋଣରୁ ଉଭା ଥିଲା ପଖାଳ ହାଣ୍ଡି

ମ୍ଯାଗି,ଚାଉମିନର ବାସ୍ନା ଆସୁଥିଲା ଉଣ୍ଡି

ଝୋଟି ଚିତା ଜାଗାରେ ପଡିଥିଲା ପ୍ଲାଷ୍ଟିକ ଷ୍ଟିକର

ଆଧୁନିକତାର ଆଳରେ ବୋହି ଚାଲିଥିଲା ପାଶ୍ଚାତ୍ଯ ସଂସ୍କୃତି

ଡେଇଁ ଡେଇଁ ପ୍ରତିଘରର ଏରୁଣ୍ଡି।

ଆଉ ଦେଖିପାରିଲିନି ଝରକା ସେ ପାଖୁ ଫେରାଇ ଆଣିଲି ନିଜକୁ 

ଆଖି ବୁଲାଇ ନେଲି ନିଜ ଭିତରେ

ମୁଁ ଶୋଇଥିଲି ଚିର ନିଦ୍ରାରେ ନିଶ୍ଚଳ ଭାବରେ କାଠ କବର ବାକ୍ସରେ

ଲୋକେ ଗପୁଥିଲେ ମୋ ବିଷୟେ ବାହାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract