ଭଗବାନ
ଭଗବାନ
ବିତୁଷ୍ଣା ର ମୋହର ଲାଗିଯାଏ ତନରେ ମନରେ
ଏ କି ପୃଥିବୀ !
ଦୁଃଖ ଦରିଦ୍ର ଅଶାନ୍ତି ଖେଳିଯାଏ ଗଗନ ପବନରେ
ଏହା କଣ ସତ୍ୟର ଇତି !
ନା ନାରାୟଣ ରାଗେ ନିଅନ୍ତି କର୍ମଫଳର ପୀରତି
କର୍ମଫଳ ସହିବା ଏତେ କଷ୍ଟ
ମାତ୍ର ଅର୍ଦ୍ଧଜ୍ଞାନୀ ମନୁଷ୍ୟ ଜାଣେନି କର୍ମ କଣ ଓ ତାହାର ପରିଣତି
ବୋଧେ ଏହା ସତ୍ୟ !
କବି ଅନ୍ତରରେ ଗତିକରେ ଏକ ଭିର୍ଣ୍ଣ ପ୍ରକାର ଅନୁଚିନ୍ତା
ସତରେ କଣ ଏହା ଅଶେଷ !
ଦୀନବନ୍ଧୁ ଭଗବାନ ହାରିଯିବେ କାରଣ ସେ ବିଶ୍ଵନୀୟନ୍ତା
ପ୍ରାର୍ଥନା ତ କରିବା ଦରକାର!
ଭଗବାନ ବେଳେ ବେଳେ କଠୋର ହେଲେବି ଵିଵେକୀ
କଣ କରିବେ ପ୍ରଭୁ !
ନିଶ୍ଚୟ ଧ୍ବଂସ କରିଦେବେ କଠୋର ନିୟତୀର ଦୁଃଖ ପରିଣତି ।
