STORYMIRROR

ଦୀପଙ୍କର ଦାସ

Abstract

3.8  

ଦୀପଙ୍କର ଦାସ

Abstract

ଦୁଃଖକୁ ମୁଁ ଭଲପାଏ

ଦୁଃଖକୁ ମୁଁ ଭଲପାଏ

1 min
539

ଦୁଃଖ ମୋ ସହ ପ୍ରତିଦିନ କଥା ହୁଏ

ଦୁଇ ଚାରି ଦିନର ସମ୍ପର୍କ ସେ ହିଁ ଯୋଡ଼ି ଦିଏ

ମୋ ଭାବନା ଆଉ କାହା ପାଇଁ ଅଜଣା

ସେଦିନ ଆସିଲା ଦୁଃଖ

ଘୁରିବୁଲିଲା ମୋ ପାଖେ

ଯନ୍ତ୍ରଣାରେ ଚିତ୍କାର ସିଏ ବି କରେ।

ପଚାରିଲି କଣ ହେଲା

କହିଲା ସମସ୍ତେ ମୋତେ ହତାଦର କରନ୍ତି

ସୁଖକୁ କଣ ପାଇଁ ଏତେ ଭଲପାଆନ୍ତି।

ଭୁଲି ଯାଆ ସବୁ

ଖୋଲିଦେଲି ତା ପାଇଁ ମୋ ହୃଦୟ ଅଗଣା

ଦୁଃଖରେ ଥିଲେ ବି ହସିବାର କଳା

ମୋତେ ଭଲ ଭାବେ ଜଣା।

କହିଲି ତ ନାଆ ସିନା ଦୁଃଖ

ମୁଁ ତୋତେ କିନ୍ତୁ ହସେଇ ଦେବି

ଦୁଃଖରେ ହସିବା ଶିଖିଇଦେବି।

ସବୁ ସମ୍ପର୍କ କିଛି ଦିନ ପାଇଁ

ସମସ୍ତେ ଏଠି ଛଡ଼ାଇ ବାରେ ବ୍ୟସ୍ତ

ମୋ ଦୁଃଖ କିନ୍ତୁ ସେମିତି ନୁହେଁ

ସବୁ ଛଡେଇ ନେଲେ ବି

ଲୁହ ଟିକେ ଦେଇ ଯାଏ

ତେଣୁ ଦୁଃଖ ମୁଁ ତୁମକୁ ବହୁତ ଭଲ ପାଏ।

ତୁମ ପାଇଁ ଲେଖିବାକୁ ଶବ୍ଦ ଯୋଡ଼ି ବାକୁ ପଡ଼ିନି

ହୃଦୟର ଭାଷା ସବୁ ଶବ୍ଦ ହୋଇଯାଇଛି

ପ୍ରତିଲିପିର ପୃଷ୍ଠା ସେ ହିଁ ଭରିଦେଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract