STORYMIRROR

ଦୀପଙ୍କର ଦାସ

Classics Inspirational Children

3  

ଦୀପଙ୍କର ଦାସ

Classics Inspirational Children

ଭଲ ମଣିଷ

ଭଲ ମଣିଷ

1 min
212

ତୁମେ କୁହ ଭାରି ସ୍ୱାର୍ଥପର ଦୁନିଆ

କେଉଁଠି ପାଇବ ଭଲ ଲୋକ

ପାଦେ ପାଦେ କଣ୍ଟା ପାଦେ ପାଦେ ସ୍ବାର୍ଥ

ଆଉ ଆଘାତ ଦେବାକୁ ପ୍ରୟାସ

କେହି ନିଜର ନୁହନ୍ତି କେହି ଭଲ ବି ନୁହନ୍ତି

ଖୋଜିବା ଛାଡ଼ି ଦିଅ

ଶୁଣ ଅଛନ୍ତି ଭଲ ଲୋକ

ଯିଏ ତୁମର ଥକି ଯାଇଥିବା ଚେହେରା ଦେଖି ନିଜ ସିଟ୍ ଛାଡିଦିଏ

ଯାତ୍ରା ଲମ୍ବା ହେଉ ଅବା କ୍ଷୁଦ୍ର ଯିଏ ତୁମ ସହ କଥା ବାଣ୍ଟି ନିଏ

ବିଲାତି କାକୁଡି କିଣିଲେ ମୁଠେ କଞ୍ଚା ଲଙ୍କା ବିନା ମୂଲ୍ୟରେ ଦିଏ

ହାତ ଦେଖେଇଲେ ଗାଡ଼ି ଛିଡ଼ା କରି ଆଗରେ ଛାଡିଦିଏ

ମାସରେ ହେଉ ପଛେ ତମକୁ କଲ୍ କରି ଯିଏ ହାଲ୍ ବୁଝେ

ଠିକଣା ପଚାରିଲେ ଯିଏ ହାତ ହଲେଇ ମାନଚିତ୍ର କରି ବୁଝେଇ ଦିଏ

ଉଦାସ ଥିଲେ ନାନା ବାହାନା କରି ହସେଇ ଦିଏ

ଭୋକିଲା ଦେଖିଲେ କିଛି ଖାଇବା ଦିଏ

ନିଜର ନହେଲେ ବି କିଏ କାନ୍ଦୁଥିଲେ ଯିଏ ସହିନପାରି କାନ୍ଦି ଯାଏ

ତୁମର ସ୍ମିତ ହାସ୍ୟ ଦେଖି ହସି ଦେଇ ଚାଲିଯାଏ

ତୁମର ପ୍ରତିଭାକୁ ଯିଏ ପ୍ରଶଂସା କରେ

ଆଗକୁ ବଢ଼ିବାକୁ ପ୍ରେରଣା ଦିଏ

ଭୁଲ୍ ଥିଲେ ବତେଇ ଦିଏ

କଣ ଭାବୁଛ ??

ଏଇ ଭିତରେ ତୁମେ ବି ଅଛ

ମୋତେ ଆଉ ଖୋଜିବାକୁ ପଡ଼ିବନି

ପ୍ରତ୍ୟେକ ମଣିଷ ଜଣେ ଜଣେ ଭଲ ମଣିଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics