STORYMIRROR

ଦୀପଙ୍କର ଦାସ

Tragedy Inspirational

4  

ଦୀପଙ୍କର ଦାସ

Tragedy Inspirational

ଗୁଗଲରେ ଗାଆଁ

ଗୁଗଲରେ ଗାଆଁ

2 mins
394

ହିନ୍ଦୀ - ରାକେଶ ତିୱାରୀ

ଆଜି କାଲି ବହୁତ୍ କିଛି ଭାବେନି ମୁଁ

ଖୋଜିବାକୁ ଚାହିଁଲେ ବି ଖୋଜେନି ମୁଁ

ଯେବେ କାହାକୁ ଭେଟିବାର ଥାଏ ଲାପଟପ୍ ଖୋଲି ଭେଟେ ମୁଁ

ଆଉ ଯାହା ବୁଝି ପାରେନି ଗୁଗଲ୍ କରେ ମୁଁ

ଶୁଣିଥିଲି ସେଠି ଯାହା ପସନ୍ଦ ସେ ଜାଗା ମିଳିଯିବ

ସମୟ ବିତେଇବାର କାରଣ ମିଳିଯିବ

ବାସ୍ ଏମିତି ହିଁ ଭାବି ଜାଣିଶୁଣି ଯାହାର ବର୍ଷରୁ ଅପେକ୍ଷା ଥିଲା

ତାର ନାଆ ଲେଖିଦେଲି

ମୁଁ ଗୁଗଲରେ ଯାଇ ମୋ ଗାଆଁ ର ନାଆ ଲେଖିଦେଲି

କଚ୍ଚା ପଥୁରିଆ ରାସ୍ତା ଦେଇ ଗଛର ଛାଇକୁ ନେଇଗଲା

ମୋତେ ମୋ ଗୁଗଲ୍ ମୋ ଗାଆଁକୁ ନେଇଗଲା

ଯେଉଁଠି ବିସ୍କୁଟ ଚୋରେଇ ଖାଇଥିଲି ସେ କାକାଙ୍କ ଦୋକାନଘର

ସେ ଭଙ୍ଗା ଇଟା ପଥରରେ ତିଆରି ଭଙ୍ଗା ଘର

ସେଇ ବାଉଁଶର ପୁରୁଣା ଛାତ ଯେଉଁଠି ଆଚାର ଶୁଖୁଥିଲା

ସେଇ ସ୍କୁଲ୍ ନାଆରେ ଭଙ୍ଗା ଘର ଯିଏ ବାରମ୍ବାର ଭାଙ୍ଗୁଥିଲା

ସେ କ୍ଷେତ ବି ଦେଖେଇଲା ଯାହା ଆମର ନଥିଲା

ସେ ପୋଖରୀ ବି ଦେଖେଇଲା ଯେଉଁଠି ଭଉଁରୀ ନଥିଲା

ସେହି କ୍ଷେତ ମଝିରେ କାଠର ମଞ୍ଚା ଦେଖାଗଲା

ଭଙ୍ଗା ଇଟାର ଏକ ଘର ଦେଖାଗଲା

ଇଏ ସେଇ ଘର ଯାହା ପାଇଁ ବହୁତ୍ ଋଣ ହେଇଥିଲା

ବାପାଙ୍କୁ ଲାଗିଥିଲା ବୃଦ୍ଧା ଅବସ୍ଥାରେ ରହିବାର ବ୍ୟବସ୍ଥା ହେଇଯାଇଛି

ମୋତେ ଜେଜେମାଆ କେବେ କ୍ଷମା କରିବନି ଯାହାର ଜମି ବିକି

ମୁଁ ସହରରେ ଘର କରିଛି

ମାନୁଛି ଏଠି ବସି ସବୁ ଦାୟିତ୍ଵ ତୁଲେଇ ନେଵ ତୁମେ

ମାନୁଛି ଏଠି ବସି ସବୁ କିଛି ଶିଖିନେବ ତୁମେ

କିନ୍ତୁ କୁହ ଗାଆଁକୁ କେମିତି ସହରକୁ ଆଣିବ ତୁମେ

ଆଣି ପାରିବ ତ ନେଇ ଆସ

ସେ ଜେଜେମାଆ ତୁମକୁ ଲାଗୁଥିଲା ସେ ମନିଅର୍ଡରକୁ ଇଚ୍ଛା ରଖିଥିଲା

ସେ ପାଗିଳି ବିଚାରି ତୁମ ଖରାଛୁଟିର ରାହା ଦେଖୁଥିଲା

ଆଣି ପାରିବ ତ ଆଣ

ସେ ବୁଢା ବାପା ତାର ବୁଢ଼ା ଦେହ

ଯିଏ ଖଟରେ ଶୋଇ ଖଟର ହେଇଗଲା

ମରିବା ସମୟରେ କହିଯାଇଥିଲା

ପୁଅ ସହର କଣ ଗଲା ସହରର ହେଇଗଲା

ରାମଲୀଳା ରାମଲୀଳା ପଡ଼ିଆରେ ମେଳା

ଗାଁର ପଡିଆ ଆଉ ତାରା ସେ ଖେଳ

କୁକୁଡ଼ାର ଡାକ ଯାହାକୁ ଶୁଣି ଲୋକେ ଉଠୁଥିଲେ

ଗଛର ସେ ଆମ୍ବ ଯାହାକୁ ତୋଳି ଛୋଟପିଲା ଦୌଡୁଥିଲେ

ସମୟ ଯାହା ଯାଇଛି ପଛକୁ ଫେରି ଆଉ ଆସିବନି

ଜେଜେମାକୁ ସହର ଆଣିଲେବି

ସେ ଚୁଲିର ସ୍ଵାଦ ଆଣିପାରିବନି

ସେଇ ଚୁଲି ଯାହାକୁ ଜେଜେମା ସାନ ବୋହୂ ଡାକୁଥିଲା

ନିଜ ହାତ ଜଳେଇ ସିଏ ଆମକୁ ଖୁଆଉଥିଲା

ସେଇ ଚୁଲି ଯେଉଁଥିରେ କ୍ଷୀର ଫାଟିଲେ ହେଉଥିଲା ଛେନା

ସେ ସକାଳର ଛତୁ ଆଉ ମିଠା ବାଦାମ ଦାନା

ସେଥିରେ ହେଉଥିଲା ଦୀପାବଳିର ଚକୁଳି ହୋଲିର ପିଠା

ନିଜ ପାଇଁ ନ ରଖି କହୁଥିଲା ଖାଇନେବୁ ଛୁଆ

ମାନୁଛି ସ୍ମୃତିକୁ ଭାଳି ଖୁସି ତ ପାଇବ ତୁମେ

ଗୁଗଲରେ ଗାଆଁ ଖୋଜିତ ନେବ ତୁମେ

କିନ୍ତୁ କୁହ ଖରାପ ପରିବେଶ ଭିତରେ ସେ ଓଢଣି କେଉଁଠୁ ଆଣିବ

୩୬ ଘଣ୍ଟା ୱେଟିଙ୍ଗ ଲିଷ୍ଟରେ ଯାତ୍ରାର ମଜା କେଉଁଠୁ ଆଣିବ

ସବୁ ବର୍ଷ ପଞ୍ଚାୟତରେ ହେଉଥିବା ସେ ମେଳି କେଉଁଠୁ ଆଣିବ

ତୁମକୁ ଗୁଗଲରେ ଗାଆଁ ମିଳି ତ ଯିବ

କିନ୍ତୁ ପ୍ରଥମ ବର୍ଷାର ସେ ସୁନ୍ଦର ବାସ୍ନା କେମିତି ଆଣିବ

କିଛି ଆଣି ପାରିବ ନାହିଁ ତୁମେ

ଖାଲି ବସି ବସି ଭାବୁଥିବ ତୁମେ

ଚାଲ କଥାର ସମୁଦ୍ରରେ ସ୍ମୃତିର ନାଆ ଖୋଜିବା

ଯାହା ତୁମେ ପରିବାରକୁ ଦେଇଛ ଆଉ ପରିବାର ତୁମକୁ

ସେ ଘାଆ ସବୁ ଖୋଜିବା

ତେବେ ଆସ ଗୁଗଲରେ ହେଉ ପଛେ ନିଜ ଗାଁ ଖୋଜିବା



Rate this content
Log in

Similar oriya poem from Tragedy