STORYMIRROR

ଦୀପଙ୍କର ଦାସ

Abstract Fantasy Inspirational

3  

ଦୀପଙ୍କର ଦାସ

Abstract Fantasy Inspirational

ନିଖୋଜ

ନିଖୋଜ

1 min
417

ସନ୍ଧ୍ୟା ହେଲା ମୁଁ ଘରକୁ ଫେରୁଥିଲି

ବସ୍ ଷ୍ଟାଣ୍ଡ ପାଖ ଗାନ୍ଧୀ ଛକ ଗଳି

ସିଉଳି ଲଗା କାନ୍ଥରେ ପୋଷ୍ଟର ଦେଖି ଡରିଗଲି

ସେ ଚେହେରା ନା ମୋର ନା ଆପଣାର

ଆଶାର ରଙ୍ଗରେ ଚାହିଁ ଥିବା ଚେହେରା

ସେ କାହାରି ଆଉ କିଏ ତାର ଅପେକ୍ଷାରେ ଥିବା ଚେହେରା

ରାତିର ଅନ୍ଧାରରେ ଝଡ଼ି ପଡ଼ୁଥିବା କିଛି ତାରା

ଠିକଣା ଭୁଲି ଉଡ଼ି ବୁଲୁଥିବା କିଛି ପାରା

ଅଜଣା ଗଳିରେ ଘୁରି ବୁଲୁଥିବା ସେ ପଥିକ

ଭଉଁରୀ ଜଳରେ ବୁଡ଼ି ମରୁଥିବା ସେ ନାବିକ

ଚେହେରା ଯିଏ ଓଡ଼ିଶାର ଗଳିରେ ଦିଲ୍ଲୀ ଖୋଜୁଛି

ଚେହେରା ଯିଏ ମନ୍ଦିର ପାଖରେ ବାହାପାଟ ପିନ୍ଧି କାନ୍ଦୁଛି

ଚେହେରା ଯିଏ ଟ୍ରାଫିକ ପାଖରେ ସୁଟ ବୁଟ୍ ପିନ୍ଧି ମାଗୁଛି

ଏଇ କାହାଣୀ ତାର ଯାହାର ନିଖୋଜ ପୋଷ୍ଟର ଲାଗିଛି

ଏମିତି ହିଁ ମୁଁ ଅଣଦେଖା କରିଦିଏ କାନ୍ଥରେ ଥିବା ପୋଷ୍ଟରକୁ

ନିଜର ନହେଲେ ବି କ, ଖ, ଗ,ଘ ନାମ ଧାରି ଚେହେରା କୁ

ମାଆ ତା ପୁଅର ଫେରିବା ବାଟକୁ ଚାହିଁଛି

ବାପା ଝିଅର କଲେଜ୍ ଫେରା ବାଟକୁ ଅପେକ୍ଷା କରିଛି

କାହା ଘରୁ ଭାତ ହଜିଯାଇଛି

କାହାର ସାହାରା ଭାଙ୍ଗିଛି

କେହି ଜଣେ ବିଳାପ କରୁଛି

କିଏ ଭିତରୁ ମରିସାରିଛି

ଝିଅ କାହା ସହ ପଳେଇଲା କି କିଏ ଉଠେଇନେଲା

ଟଙ୍କାର ଲୋଭ ନା ଶରୀରର

ସମାଜ ବୁଝୁନି ବାପାଙ୍କୁ ଅପମାନ ଦେଇ ଚାଲିଛି

ଆମ ଭଳି କିଛି ଚେହେରା ନିତି ଭିଡ଼ରେ ଅଦୃଶ୍ୟ ହେଉଛି

ନାଆ, ଫୋଟ,ତଳେ ନମ୍ୱର୍ ଲେଖା ଅଛି

ଆଉ କଲ୍ ଅପେକ୍ଷାରେ ଏବେ ବି କେହି ଜଣେ ବସିଛି

ହଁ ନିଜର କେହି ହଜିନାହାନ୍ତି

ନା ମୁଁ କାହାକୁ ଖୋଜୁଛି

ହେଲେ ସବୁ ମଣିଷର କେହି ତ ଚିରଦିନ ଲାଗି ଯାଇଛି

ଆଶାକରେ ସେ ଦୁଃଖକୁ ବୁଝିବ

ପୋଷ୍ଟର ରେ ଲେଖା ଥିବା ନମ୍ୱର୍ ଟିପି ରଖି

ସେ ଚେହେରାକୁ ଟିକେ ଧ୍ୟାନଦେଇ ଖୋଜିବ

ହୁଏତ ତୁମେ ହିଁ ଖୋଜିଦେଇ ପାରିବ

ମୋର କ,ଖ,ଗ ଆଉ ଘ କୁ

ପୋଷ୍ଟରରେ ଲାଗିଥିବା କିଛି ନିଖୋଜ ଚେହେରାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract