Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

4  

Manorama Mohanty

Abstract

ମୁଁ ଭଲ ପାଠକଟିଏ ହେବି

ମୁଁ ଭଲ ପାଠକଟିଏ ହେବି

1 min
440


କରିଅଛ ପ୍ରଭୁ ମୋତେ ପାଠକ ସଂସାରେ 

କେତେବଡ଼ ଆଶୀର୍ବାଦ ମୋର ମସ୍ତକରେ |


ତୁମ ଆଶୀର୍ବାଦ ଦେଲା ମୋତେ ଯେଉଁ ଶକ୍ତି 

ଶୋଷିତ ବଞ୍ଚିତ ଦୁଃଖେ ଦିଏ ଅଭିବ୍ୟକ୍ତି |


ଦୁଃସାହସ ବଳେ ସାଧେ ମୋ ଜୀବନ ଲକ୍ଷ୍ୟ 

ସ୍ଥିତାବସ୍ଥା ସମସ୍ୟାକୁ ଖଞ୍ଜିଦିଏ ପକ୍ଷ |


ମଣିଷ ଜନମନେଇ ଯଦି ନାହିଁ ଜ୍ଞାନ 

ଜନମ ତାହାର ବୃଥା ବୋଲାଏ ଅଜ୍ଞାନ |


ଚିନ୍ତନ ଲିଖନ ପୁଣି ଶ୍ରବଣ ପଠନ 

ସବୁ ଜ୍ଞାନ ବୋଧଗମ୍ୟ ହେବା ହିଁ ଧାରଣ |


ପଠନ କାର୍ଯ୍ୟଟି ସିଦ୍ଧ ଯଦି କରିପାର 

ତେବେ ଦିଶିବ ତାହାକୁ ସଂସାର ସୁନ୍ଦର |


ସେହିଗୁଣ ଶ୍ରେଷ୍ଠଗୁଣ ପଛା ନାହିଁ ଦିଶେ 

ସୁଧାରିବ ଶତଭୁଲ ନିର୍ଭୁଲ ବିଶେଷେ |


ଦୁଇହାତ କପାଳରେ ଦେଇ ଭାବୁଥିଲେ 

କିଏ କିଛି କରିପାରେ ଉତ୍ସାହ ହାରିଲେ ।


ପଡିଛି କି ରାସ୍ତେ ଖୁସି ଖୋଜିଲେ ମିଳଇ 

ନିଜକୁ ଗଢିତୋଳିବା ନିଜତ୍ବ ଅଟଇ |


କର୍ମ ର ସାର୍ଵଭୌମିକ ନିୟମ ଆଧାରେ 

ସୂକ୍ଷ୍ମ ରୂପେ ସଞ୍ଚାଳିତ ସବୁ ଏ ସଂସାରେ |


ଆଚରଣ, ବ୍ୟବହାର, ସଂସ୍କାର, ଦର୍ଶନ 

କିଛି ଅପେକ୍ଷା ଯାହାର ରଖ ପ୍ରାପ୍ତି ଗୁଣ |


ମନ୍ଦିରେ ଭୋଗ ଚଢାଇ କାମନା ପୂରଣ 

ଏଡେ ଅଳ୍ପ ମୂଲ୍ୟ ଦେଲେ କି ସୁଧୁରେ ଜୀବନ |


ଏପରି ଆଶା ତ ନିଶ୍ଚେ ହୋଇଥାଏ ବ୍ୟର୍ଥ 

ସାର୍ଥକ ଜୀବନ ପାଇଁ ଲୋଡ଼ା ଜ୍ଞାନପଥ |


ସୁଜ୍ଞାନର ପ୍ରବନ୍ଧନ ମୁଖ୍ୟ ହିଁ ପଠନ 

ଭ୍ରମିତ ମନକୁ ବାନ୍ଧେ ଦେଇଣ ସମ୍ମାନ |



Rate this content
Log in

Similar oriya poem from Abstract