STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କାଳୀକା ପୂଜନ

କାଳୀକା ପୂଜନ

1 min
529

କାର୍ତ୍ତିକ ମାସରେ ତିଥି ଅମାବାସ୍ୟା କାଳୀଙ୍କ ପୂଜନ ହୁଏ

ଚଉଷଠି ହଜର ଘେନି ଯୋଗନି

ରୂପଟି ଦେବୀଙ୍କ ହୁଏ।


        ସମ୍ପୂର୍ଣ୍ଣ ଭାରତେ ପୂଜନ ତାଙ୍କର

       ସଙ୍କଟ ତାରଣୀ ମାତା

        ଜଗତ କଲ୍ୟାଣେ ଆବିର୍ଭାବ ତାଙ୍କ

        ଏହୁତ ବିଶ୍ବର ମାତ।


ପ୍ରଚଣ୍ଡ ରୂପକୁ ଧରିଣା କାଳୀକେ ରାକ୍ଷସ ସଂହାର କଲେ

ଦୁଷ୍ଟ କୁ ମାରିଣ ଜଗତ କଲ୍ୟାଣେ

କାଳୀକା ରୂପ ଧରିଲେ।


       ମେରୁ ପରି ରୂପ ଲହଲହ ଜିଭ

      ରୂପ ଭୟଙ୍କର ଧରି

       ଧରିଣ ଖଡ୍ଗକୁ ଗର୍ଜ୍ଜନ ତାଙ୍କର

       କମ୍ପି ଉଠେ ଦୁରାଚରୀ।


ନିଶାଭୋଗ ରାତ୍ରେ ମାତାଙ୍କ ପୂଜନ ନୀତି ନିୟମରେ ଅତି

ସାଧକ କରେଟି ଦେବୀଙ୍କ ପୂଜନ

ନୀତି ନିୟମ ଓ ଭକ୍ତି।


       କଲେ ଭକ୍ତିପୂତେ କାଳୀଙ୍କ ପୂଜନ 

       ମନବାଞ୍ଚା ପୂର୍ଣ୍ଣ ହୁଏ

       ସାଧନା ସାଧକେ ପୂରଣ କରନ୍ତି

       ଅଭିଳାଷା ପୂର୍ଣ୍ଣ ହୁଏ।


ଖର୍ପର ଧାରିଣୀ ଦୈତ୍ୟ ବିନାଶିନୀ ଜଗତ ଜନନୀ ମାତେ

ଦୃଷ୍ଟ ନିବାରଣେ କାଳୀକା ରୂପେଣ

ଆବିର୍ଭାବ ଜଗମାତେ।


       ସେହୁ ହିଁ ତାରିଣୀ ଆଦିମାତା ସେହୁ

       ମାତେ ଅର୍ଣ୍ଣପୂର୍ଣ୍ଣା ସେହୁ

       ଶତ୍ରୁ ନିବାରଣେ ପ୍ରଚଣ୍ଡ ରୂପେଣ

       ଶକ୍ତି ଆବିର୍ଭାବ ଏହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract