STORYMIRROR

ଦୀପଙ୍କର ଦାସ

Abstract

4  

ଦୀପଙ୍କର ଦାସ

Abstract

ଶାନ୍ତିର ଅନ୍ୱେଷଣ

ଶାନ୍ତିର ଅନ୍ୱେଷଣ

1 min
605

କଣ ଖୋଜୁଛ?

ଶାନ୍ତି !

ମୁଁ ଶାନ୍ତିର ଅନ୍ୱେଷଣରେ ବାହାରିଛି

ଚାଲୁଛି ଚାଲୁଛି ଚାଲୁଛି

ଚାଲି ଚାଲି ପ୍ରଥମେ ଗୋଡ଼ ଦୁଇଟାକୁ

ଦରଜ କଲି ତାପରେ

ନିଜେ ନିଜେ ଗୋଡ଼ ଦୁଇଟାକୁ ଭାଙ୍ଗି ଦେଲି

ଶାନ୍ତି ଆଉ ଅଳ୍ପ ବାଟ ଥିଲା

ଆଉ ଟିକେ ଆଗକୁ ଗଲେ ପାଇଯାଇଥାନ୍ତି

ଶାନ୍ତିର ଅନ୍ୱେଷଣରେ ନିଜକୁ ବଦଳି ଦେଲି

ଆମେ ସବୁ ତ ଠିକ୍ ଏମିତି

ଶାନ୍ତିର ଅନ୍ୱେଷଣରେ ବହାରିଛୁ

ଶେଷରେ ଚାଲି ଚାଲି ଥକି ଯାଉଛୁ

ସ୍ଵଳ୍ପ ଅଳ୍ପ ମନ ପସନ୍ଦ ର ନୁହଁ

ଖାଲି ଗୋଟେ ଚାକିରି ଦରକାର

ପୁଅଙ୍କୁ ସୁନ୍ଦର ଝିଅ ଗୋଟେ ଦରକାର

ଝିଅଙ୍କୁ ସୁନ୍ଦର ପୁଅ ଗୋଟେ ଦରକାର

ଖାଲି ରାତ୍ରିର ସଉକ ମେଣ୍ଟାଇବା ପାଇଁ

ଜୀବନ ବିତାଇବା ପାଇଁ ନୁହଁ

ମୋତେ ମଦ ମାଂସର ଗୋଟେ ବାର୍ ଦରକାର

ସପ୍ତାହ ସାତ ଦିନ ହେଇପାରେ

ମୋତେ ସବୁଦିନ ରବିବାର ଦରକାର

ମୁଁ ମନ୍ଦିର ଯିବି ମୋର ଭକ୍ତି ନୁହଁ

ଖାଲି ପାତ୍ର ପୂର୍ଣ୍ଣ ଫଳ ମୂଳ ଦରକାର

ମୋ ନାଆ ସମସ୍ତେ ଜାଣିବା ଦରକାର

ସବୁ ପର୍ବରେ ନୂଆ ଲୁଗା ଦରକାର

ମୁଁ ଯିବି ଯେତେବେଳେ ସମସ୍ତେ ଚାହିଁବେ

ମୁଁ ଅତିକ୍ରମ କଲେ ସମସ୍ତେ ଠିଆ ହେବେ

ମୁଣ୍ଡ ପୋତି ସଲାମ ଟିଏ କରିବେ

ଟଙ୍କା ଛପା ଯନ୍ତ୍ର ନହେଲେ

ଟଙ୍କା ଫଳୁଥିବା ଗଛ ଟିଏ ଦରକାର

ଆଉ କଣ ଦରକାର?

ତୁମ ଜୀବନ ଯେବେ ଫିକା ପଡ଼ିଯିବ

ସେଦିନ ହୋଲି ପାଳନ କର

ଜୀବନରେ ରଙ୍ଗ ଦିଅ

ଯେବେ ଅନ୍ଧକାର ଆସୁଛି

ସେଦିନ ଦୀପାବଳି ପାଳନ କର

ଆଲୋକ ଭରି ଦିଅ

ଚାଲୁ ଚାଲୁ ଥକି ଗଲେ ଆଉ ଚାଲ ନାହିଁ

ଟିକେ ବସିଯାଅ

ନିଜ ଭିତରେ ଥିବା ସୈତାନ୍ କୁ

ଦଶାନନ ପରି ଜଳାଅ

ରବିବାର ନୁହଁ କାମରେ ଖୁସି ଖୋଜ

ଏତେ ଦିନ ବାହାରେ ଖୋଜିଲ

ଆଜି ଟିକେ ନିଜ ଭିତରେ ଖୋଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract