STORYMIRROR

Panchanan Jena

Abstract

4  

Panchanan Jena

Abstract

କହିଲ ଦେଖି

କହିଲ ଦେଖି

1 min
450

କହିଲ ଦେଖି

ଏମିତି ସ୍ୱାମୀ କି'ଏ ଚାହେଁ ଭଲା

ଏମିତି ଇହ ପର କାଳ ଦେବତା ମାଗେ ଭଲା

ଝରକାରେ ଆଖି ରଖି ନିତି କରେ ଝାମେଲା ।


କଥା କଥାକେ ଗାଳି କାହାଳି

କଥା ବାର୍ତ୍ତାରେ ତୁଣ୍ଡ ବାଟୁଳି

ଆଖି ଆଖିରେ ନାଲି ନୋଟିସ 

ଚମଡ଼ା ଭତାରି ଦେବି ଅଭିସ

ଗାଳି ଗୁଲଜ ପଦକୁ ପଦେ

ମାଡ ଥପଡ଼ ମାସରେ ମୁନ୍ଦେ

ଅଫିସରେ ତୁମର ଝାମେଲା

ଘରେ ଆସି ଉତ୍କାରିବ ଠିଆପାଲା ।


ରାଗ ଗରଗର ଶତ୍ରୁ ସବାର

କେତେ ସହିବ ଅକଥନୀୟ ଅତ୍ୟାଚାର ।


ଜୀବନସାଥୀ ପରି ସ୍ନେହପରସେ

ଆଜନ୍ମ ବନ୍ଧୁ ପରି ପ୍ରେମସର୍ବସ୍ୱେ


କାନ ପାଖରେ ଫୁସ୍‌ ଫୁସେଇ କେବେ

ପ୍ରସଂସାରେ କିଛି ଅନାବନା

କଥାରେ ସ୍ମିତହାସ୍ୟର ଝଲକ ଦେଇ

ନିଃସଙ୍କୋଚେ ମିଶୁଛ ଚୁନାଚୁନା

ମୁଁ ପାରୁନି ଜମା ଚୁପ୍ ସଇତାନ ଟା

କାଣିଚାଏ ବାଣ୍ଟୁନ ଗୁଣସୁନା ।


ମନ ମଇନା ଟା ଗାଇ ବୁଲନ୍ତା

 ସୁଖୀ ଦାମ୍ପତ୍ୟ ଗଜଲ

ଇନ୍ଦ୍ରଧନୁର ସାତରଙ୍ଗେ ବିଭଙ୍ଗେ

ଘର ଅଗଣା ରଙ୍ଗମହଲ ।


ପୁଣି କେବେ କେବେ

ମୋର ଅବୋଧ ସ୍ବପ୍ନକଥା ଶୁଣି

ଅସମାହିତ କୁମାରୀ ଚଳଣି

ନାରାଜ ହୁଅନ୍ତି

ବାକ୍ୟ ବାଣରେ ରକ୍ତ ରଞ୍ଜିତ କରି

ରୋଜଗାର ମୋର 

ଶାଳୀ ସ୍ୱପ୍ନ ବୁଣୁଛି ବେସୁସାର

ଚିଲ୍ଲେଇ ଚିଗୁଳେଇ 

ତର୍ଜନୀ ଦେଖେଇ ବକି ଯାଆନ୍ତି

ମନ ତନ୍ତ୍ରୀରେ ସପ୍ତଫେଣିର କଣ୍ଟା

ଫୋଡିଯାଏ ସକସକେଇ ।


ଦିନେ କହନ୍ତେ କି ?

ଚାଲ ଦଶହରା ଛୁଟିରେ ପୁରି ବୁଲିଯିବା

ଶୁଣ କାଳିପୂଜା ପାଞ୍ଚଦିନ କେରଳ ଟୁର୍ ରେ ଏଲ. ଟି. ସି. ନେବା

ଦାର୍ଜିଲିଙ୍ଗ ଯିବା ବୁଝିଲ ପ୍ରୀୟେ 

ବଡ଼ଦିନ ଆସୁଛି ଶୀତସମ୍ଭାରେ 

ଶ୍ରୀୟେ

ଥକି ଗଲଣି

ଶୁଖି ଗଲଣି

ଶିଝି ଗଲଣି

ଅଳି ଅର୍ଦ୍ଦଳୀର 

ବୋଝ ବୋହି ବୋହି ପ୍ରାଣପ୍ରୀୟେ । 


ଭାବି କୁହ ଏନ୍ତା

ଏମିତି ହେଲେ କେମିତି ହୁଅନ୍ତା


ବିଦ୍ୟୁତ ଲହରି ଯିବ

ଶରୀର ସର୍ବାଙ୍ଗେ

ହସଫୁଲ ଫୁଟିବ ଖିଲିଖିଲି 

ଆମୀୟ ତରଙ୍ଗେ

ଶୁଣୁଶୁଣୁ ଗୁଣୁଗୁଣୁ ସ୍ଵର ଝଙ୍କାର ଅବର୍ଣ୍ଣନୀୟ

ଲାଗୁଥିବ ଗୀତର ତାଳେ ତାଳେ କୋଳେଇ ଅତୁଳନୀୟ

କହିଲ ଦେଖି ।



Rate this content
Log in

Similar oriya poem from Abstract