STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଭାବ ସ୍ରୋତସ୍ୱିନୀ

ଭାବ ସ୍ରୋତସ୍ୱିନୀ

1 min
4

କବିତା - ଭାବ ସ୍ରୋତସ୍ୱିନୀ
ରଚନା - ପଞ୍ଚାନନ ଜେନା
 ତାରିଖ -୦୪-୦୭-୨୦୨୬
 +++++++++++++++++
କହିବି କହିବି ବୋଲି ଅନେକ ଦିନ ଭାବିଲି
ସାହସ ହେଲାନି ଜମା ତୁଣ୍ଡ ନାହିଁ ଖୋଲିଲି
 ଲାଜ ଲାଜ ଭାବନାରେ ମନେ ମନେ ହସିଲି

 ମନକୁ ଗୋଟେ ଭାବନା ଆସିଲା ଚାଲି
ମୋବାଇଲ୍ କାନ୍ଥରେ ଲେଖି ପକେଇଲି
 ପଠେଇବି କି ନାହିଁ ପୁଣି ଭାବନାରେ ବୁଡିଗଲି

 ତୁମେ ପାଖେ ପାଖେ ଥିଲେ
ସମୟ ସବୁ ଅଟକି ଯାଏ ହଲି ଦୋହଲି
ଝାଳ ଗୁଳୁଗୁଳି ଝାଞ୍ଜିଖରା ହେଲେ ବି
ଅନୁଭବ ହୁଏ ବସନ୍ତ ଋତୁ ଆସିଛି ବୋଲି

 ତୁମେ ଆଖେ ପାଖେ ଥିଲେ
 ମୁଁ ସାଜିବସେ ରୂପ ରାଇଜର ମହାରାଣୀ
 ମନେ ମନେ ମୁରୁକି ହସୁଥାଏ
 ଆଜି ନିଶ୍ଚୟ ମିଳିବ କାଣିଚାଏ ନୁହେଁ
 ଅୟୁତ ନିୟୁତ ପରାର୍ଦ୍ଧେ ମାଣିକ ମଣି

 ତୁମେ ସାଥେ ସାଥେ ଥିଲେ
ମୋତେ ଲାଗେ ମୁଁ ରାଜ ଉଆସର ରାଜନନ୍ଦିନୀ
 ମଲ୍ଲୀଫୁଲ ବାସନାରେ ମହକେ ରଜତ ରଜନୀ
 ଲାଜ ସରମ ଛାଡ଼ିଦେଇ ମାନିନିଏ ହେବାକୁ
 ନିଶବ୍ଦ ରାତିର ରମଣୀ ନିଶାମଣୀ

 ତୁମ ବାହୁ ବନ୍ଧେ ଥିଲେ
 ମୋତେ ଲାଗେ ମୁଁ ଲବଙ୍ଗ ଦ୍ୱୀପର ପାଟ୍ଟରାଣୀ
 କାନେ କାନେ ରସିକ ଭ୍ରମର ପରି
 ଅନୁରଣିତ ହୁଏ ଘୁଁ ଘୁଁ ପ୍ରେମବାଣୀ
ମିଛି ମିଛିକା ଶବ୍ଦପେନ୍ଥା ହେଲେ ବି ଅମୃତ ପାଣି
 କପୋଳକଳ୍ପିତ ବାହାନା ହେଲେ ବି ରସିକ ମୁଣି
କାଳ୍ପନିକ ନାଟକୀୟ ରସିକତା ହେଲେ ବି ହୃଦୟ ତରଳା ମଣି ଉପନ୍ୟାସରୁ ଉର୍ଦ୍ଧୃତ ବାକ୍ୟ ହେଲେ ବି ପୁଲକ ପୁଡିଆ ଛାଣି

 ଏବେ କରିବି କିସ ହେଲାଣି ଆଣ୍ଠୁଏ ପାଣି
 ଯାହା ହେବ ଦେଖାଯିବ ଲାଜ ସରମ ଛାଡ଼ିଯିବ
ଧରା ପଡିଯିବ ମୋ ପ୍ରେମ ଫଲଗୁର ନମ୍ର କମ୍ର ସ୍ରୋତସ୍ୱିନୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy