STORYMIRROR

Debasis Ray

Inspirational Children

3  

Debasis Ray

Inspirational Children

ମିତ୍ର

ମିତ୍ର

1 min
195

                                  

ପିଲାଏ ଛୋଟବେଳୁ କରିବା ଏମିତି ଏକ ସାଙ୍ଗ ଚୟନ                        

ତାହାସାଥେ ହେଉଥିବ ସଦାବେଳେ ପ୍ରକୃତ ମିଳନ( 1}

                                                           ମିତ୍ର 

ମିଳିମିଶି ସବୁବେଳେ ପାଠତ ନିଶ୍ଚୟ ପଢ଼ିବ 

ଗୁରୁଙ୍କ ମନ ସଦା ଯେପରି ଆନନ୍ଦିତ ହେବ(2)


ଏଦିଗରେ ଦୁହେଁ ନିଶ୍ଚେ ପ୍ରୟାସକୁ ଜାରିରଖିବ

ବଡହେଲେ ଏ ବୁଢାର ଉପଦେଶ ମନେପଡିଯିବ(୩ )


ଖେଳୁଥିବା ସମୟରେ ସଦା ଆନନ୍ଦିତ ରହିବ (ଚାରି)

ମାଡ ଗୋଳ ନିଜଭିତରେ କେବେ ନ କରିବ  


ପିତାମାତା ଓ ଗୁରୁଜନଙ୍କ ଠାରୁ ସବୁ ସଂସ୍କାର ଶିଖିବ

ତାକୁ ଜୀବନରେ ସଦାବେଳେ ଉପଯୋଗ କରିବ(୫ )


ଏହିପରି ସମୟ ସହିତ ତୁମ୍ଭେ ବଡ ହୋଇଯିବ 

ଅତୀତକୁ ଝୁରି ତୁମ୍ଭେ ବହୁତ ଆନନ୍ଦିତ ହେବ (୬ )


ଜଣେ ଅବIଟରେ ଗଲେ ଅନ୍ୟ ଚେତାଇଦେବ

ଏହିପରି ଦିନ ମାସ ବର୍ଷ ଧୀରେ ଧୀରେ ଚାଲିଯିବ(୭) 


ଆଉ ଏକ କଥା ମୋର ନିଶ୍ଚେ ସ୍ମରଣ ରଖିବ 

ମୁଁ ତୁମକୁ କହିଲାପରି ତୁମ୍ଭ ନାତିଙ୍କୁ କହିବ (୮ )


ଈଶ୍ୱରଙ୍କ ଭକ ସତ୍ୟ ସଦା ପ୍ରତିଫଳନ ହେଉ ତବ କର୍ମେ 

ସତ ଗୁଣ ସତ ଵ୍ୟଵହାର ସବୁ ଆସନ୍ତୁ ହୃଦୟକୁ କ୍ରମେ (୯ )


Rate this content
Log in

Similar oriya poem from Inspirational