STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବନ୍ଦଇ ମଙ୍ଗଳା

ବନ୍ଦଇ ମଙ୍ଗଳା

1 min
362


      ବନ୍ଦଇ ମଙ୍ଗଳା 

     ===========

ବନ୍ଦଇ ମଙ୍ଗଳା ମଙ୍ଗଳ କାରିଣୀ l

    ପୂତନୀରା ପ୍ରାଚୀତଟ ବିହାରିଣୀ ll

ଶିବାନୀ ଭବାନୀ ଶିବଙ୍କ ଘରଣୀ l

   ସିନ୍ଦୁର ମୁଣ୍ଡି ମା' ପାଦରେ କିଙ୍କିଣୀ ll

ଉଗ୍ରତାରା,ହୈମୀ ପର୍ବତ ନନ୍ଦିନୀ l

    କେଶରୀ ବାହନ ମହିଷା ମର୍ଦ୍ଦିନୀ ll

ଅମ୍ବିକା କାଳିକା କଳୁଷ ନାଶିନୀ l

    ସୁନ୍ଦର ବଦନୀ ମନ୍ଦାର ମାଳିନୀ ll

ଦୟାମୟୀ କଳି ମଳ ବିନାଶିନୀ l

    ପାପୀ ଶୁମ୍ଭ ଦମ୍ଭ ବିନାଶକାରିଣୀ ll

>ଚଣ୍ଡୀ ଚଣ୍ଡ ମୁଣ୍ଡ ସଂହାର କାରିଣୀ l

   ବେତାଳିକା ଦୁର୍ଗା ଦୁର୍ଗତି ନାଶିନୀ ll

ପଥହୁଡ଼ା ଜନେ ପଥ ପ୍ରଦର୍ଶିନୀ l

   ଅଳତା ରଞ୍ଜିତ ତୋ ପୟର ବେନି ll

ଦାରୁଖୋଜି ଗଲେ ଦଇତାବାହିନୀ l

    ବତାଇଦେଲୁ ମା ଠିକଣାକୁ ଜାଣି ll

ଅଜ୍ଞାନ ମୁଁ କରେ ତୋ ପଦେ ଦୟିନୀ l

   ବିଦ୍ୟା ବୁଦ୍ଧି ଦିଅ ମାଆ ନାରାୟଣୀ ll

      🙏🙏🙏

        ଅର୍ଜୁନୀ 

     ---------------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


Rate this content
Log in

Similar oriya poem from Inspirational