STORYMIRROR

sudhakar sethi

Inspirational

4  

sudhakar sethi

Inspirational

ପୁରୁଷ ଦିବସ

ପୁରୁଷ ଦିବସ

1 min
225


ନାରୀ ଦିବସକୁ ସଭିଏଁ ଆଦର

ପୁରୁଷ ଦିବସେ ଟେକନ୍ତି ନାକ

ସୋସିଆଲ ମିଡିଆ ପଡଇ ଉଠଇ

ଚାଲିଥାଏ ଭଲା ନାଟ।।


ତୁ ବି ପୁରୁଷ ମୁଁ ବି ପୁରୁଷ

କର ନାହିଁ ମନ ଉଣା

କେହି ଅଭିନନ୍ଦନ କରୁନ୍ତୁ ନକରନ୍ତୁ

ଚାଲ ଆମେ ହେବା ଭାବ ଦିଆନିଆ।।


ଆସୁ ସେ ନାରୀ ଦିବସ

ବୁଝିବା ସବୁ କଥା

ସୁଦୁ ଧାଡିଏ ତୁ ଲେଖିବୁନି

ମୋ କଲମ ମାରିବ ଥକ୍କା।।


ପଡିଲା ଗମୁଛାରେ ଗଣ୍ଠି

ଆଉ ହେବନି ସେ ଭୁଲ

ପ୍ରଶଂସା ପ୍ରଶସ୍ତି କିଛି ମିଳିବନି

ଆମ ଦିନକୁ କରିଲ ଗୋଲ।।


ନିତି ଦିନ ପରି ସବୁ କରିଲୁ

ଭାବିଛକି ଆମକୁ ଗଧ

ଗୋଟିଏ ଦିବସ କରିବୁନି ମଜ୍ଜା

ନିଜକୁ ନିଜେ ହେଜ।।


ଭାବିଥିଲି, ଘସାମୋଡା ସହ

ସକାଳୁ ମିଳିବ ଭଲ ଚାହା

ସବୁଦିନଠାରୁ ଅଧିକା ହୋଇଲା

ଦେଖାଇକି ହେବ ଅଜାଗା ଘାଆ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational