STORYMIRROR

sudhakar sethi

Romance

4  

sudhakar sethi

Romance

ହସ ବର୍ଷାର

ହସ ବର୍ଷାର

1 min
190

ତମ ଆଖିର ହେଉ ଅବା

ଆକାଶରୁ 

ଝରିପଡିଲେ କେଇଟୋପା ଲୁହ

ଛାତିରେ ପଶେ ଛନକା

ଅଧାଛିଆ ନୂଆଣିଆ ଚାଳଘରେ

ସବୁ ସପନର ଘଟେ 

ପୂର୍ଣ୍ଣ ଛେଦ ।


ଆଖି ଆଗରେ ମାଡିଆସେ

ଘନ କଳାବାଦଲ 

 ଶୁଉଶୁଉ ଗର୍ଜନେ

 ତଡା ପଡିଯାଏ କାନ

ମନ, ହୃଦୟ ସଵୁ

ହୋଇଯାଏ ଭାରାକ୍ରାନ୍ତ

ଛାତିରେ ଖୁବ ଯୋରରେ କିଏ

 ପିଟିଚାଲେ ଵାରମ୍ବାର ହାତୁଡି 

ଲାଗେ ସତେ ଯେମିତି ସବୁକିଛି 

ହୋଇ ଗଲା ଶେଷ ।


ଧଡଧାଡ କାନ୍ଥ ପଡିବା 

ଶବଦ ଠାରୁ

ତୁମ ଚାହାଣି ବେଶି ଦିଏ କଷ୍ଟ 

ନିଜକୁ ସଫେଇ ଦେଉଦେଉ

ଉହ୍ମେଇ ,କନ୍ଥା ଅବା କୁଟା ହେଁସ

ରୋକି ପାରେନା 

ରୋକିପାରେନା ଦେହର ତାତି ।


ବାହାରେ ବର୍ଷାର ତାଣ୍ଡବ

ମେଞ୍ଚାଏ ଅବାଞ୍ଛିତ ଜୀବଙ୍କ

 କେଁକଟର ଶବଦ

ଝିଙ୍କାରିର ବିଦ୍ରୁପ 

ଭୋକିଲା ପେଟ ଠାରୁ

ବେଶି ଭାରିପଡେ ଦେହର ଭୋକ 

ଅମାନିଆ ବରଷା ସହ

ବଢିଚାଲେ କ୍ଷୁଧା

ସେ ଆଦିମ ଯୁଗର।


ରାତିପାହିବା ଆଗରୁ ହୋଇଯାଏ 

ସବୁକିଛି ଠିକଠାକ

ଆକାଶ ପୁରା ନିର୍ମଳ

ନାହିଁ ବର୍ଷାର ସେ ଉଦ୍ଦାମତା

ସୁରୁଜ ନାଲି ମୁରୁଜ ବୁଣୁଵୁଣୁ 

ମୁଖେ ଫୁଟିଆସେ ସ୍ମିତ ହାସ ।

ତୃପ୍ତିର ସେ ହସ, ରାଜ୍ୟ

 ଜିଣିବାର ହସ।


ଅଳସ ଭାଙ୍ଗୁଭାଙ୍ଗୁ 

ଗୋରାତକତକ ବଦନେ

ଦିଶିଯାଏ କାଲିର 

ଶ୍ରମଜନିତ ଚିହ୍ନ

ଶିହରିତ ଓଠଫାଙ୍କରୁ ଶୁଭିଯାଏ 

ତୁନିତୁନି ସ୍ବର ଏଇ...

 ତୁମେ ଭାରି ଦୁଷ୍ଟ!!!


ମୋଡ ନିଏ, 

ଅସଜଡା ଜୀବନର ଗତି

ବିଶ୍ବାସର ମୋଟା ଚାଦର ତଳେ

ପଡେ ମୁଳଦୁଆ 

ନୂଆଏକ ସକାଳର ,ନୂତନ

 ସମ୍ଭାବନାର।


ଦୁରରୁ ଦିଶୁଥାଏ

 ହସ ବର୍ଷାର...

ସେ ହସ 

ସଫଳତାର ଆତ୍ମତୃପ୍ତିର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance