STORYMIRROR

sudhakar sethi

Abstract

4  

sudhakar sethi

Abstract

ଖଣ୍ଡା..ସୁଧାକର ସେଠୀ

ଖଣ୍ଡା..ସୁଧାକର ସେଠୀ

1 min
345


ରାଜତନ୍ତ୍ର ଅବା ଲୋକତନ୍ତ୍ର

 ତୋର ଅବସ୍ଥିତ ଅସହ୍ୟ

କେଵେ ଗଡେ ମୁଣ୍ଡ

ରକ୍ତଛିଟାରେ ସଭ୍ୟତାର ବିଲୟ।


ସେ ଡର କାହାକୁ ନାହିଁ

ମାଲକଛା ଭିଡି ଦେହେ ସାଞ୍ଜୁ, 

ମୁଣ୍ଡେ ଶୀରିପା 

ସମରେ ହେଲେ ଠିଆ

ଦେଶୀୟ ଅବା ବିଦେଶୀ ଆକ୍ରମଣ

ଭାବି ହୁଏ ଵୁଦ୍ଧି ବଣା।।


ରାଜତନ୍ତ୍ରର ସେ ଅନ୍ଧାରୀ ମୁଲକେ

 ହେଲେ ଲୋକତନ୍ତ୍ର ସହଯାତ୍ରୀ

ପ୍ରାଜ୍ଞ ବିଜ୍ଞ ଦକ୍ଷଙ୍କ ଶୀରଛେଦ

ସହ କାଳିମା ଲେପନ , 

ବଢାଏ ମନେ ଭୀତି।।


ମୁଣ୍ଡ ତ ଗଡିବ,ରାଜା ହେଉ ରଙ୍କ

ସବୁ ପ୍ରାରଵ୍ଧ,ସବୁ ଥୟ

ଆଖିର ଝଲକେ ପାଖି ଦେଇ

ମିଛେ ଖାଲି ଅଭିନୟ।।


ରାମ ରାବଣ ଲଢେଇରେ

ସତ ମିଛର ଛକାପଞ୍ଝା

ଆଲୁଅ ଅନ୍ଧାରର ଖେଳ

ଜାଗତିକ ମହାଜାଗତିକ ସତ୍ତାର 

ଚାଲେ ବୁଝାବଣା।।


ବିଦେଶୀ ଠାରୁ ଦେଶୀୟ ଶକ୍ତି

ପଡଇ ବନ୍ଧୁ ଭାରି

ଭେଦଭାବର ମେଘନାଦ ପ୍ରାଚୀର

ସହଜେ କେ ପାରିଛି ଜିଣି ।


ଜୟଚନ୍ଦ୍ର ଭଳି ଚରିତ୍ର 

ଅସକତେ ପଡନ୍ତି ଖୋଜା

କ୍ଷମତା ସିଂହାସନ ମୋହେ

ବଳି ପଡନ୍ତି ନୀରିହ ପ୍ରଜା।।


ଭଲା ଚାଲିଛି ଏ ନାଟ

ଗାତୁଆ ମୁଷା ପସିଛି ଗାତରେ

ସାଧାରଣେ ହୁଅନ୍ତି ହନ୍ତସନ୍ତ

ଭଲା ଚାଲିଛି ଏ ନାଟ।।


ପରିସ୍ଥିତି ଵଡ ଵିଷମ,

ଚୁପଚାପ ସବୁ ଦେଖୁଛି ସଞ୍ଜୟ

ଧୁତରାଷ୍ଟ୍ରଙ୍କ ନାହିଁ ଚିହ୍ନବର୍ଣ୍ଣ

ବନ୍ଧୁ ପରିସ୍ଥିତି ବଡ ବିଷମ ।।


ଅନ୍ୟାୟ ଅନୀତି ପ୍ରତିବାଦ ମୁକ୍ତ

ବିଗଳିତ ରକ୍ତ ଟୋପା

ଶରାଘାତେ ସେ ବିଦୀର୍ଣ୍ଣ ଶରୀର

ସମାଜ ପାଇଁ ଥିଲା ଶିକ୍ଷା।।


ତୃଷ୍ଠିକରଣ ମହାବ୍ୟାଧି

ଧର୍ମ ନୟନେ ଅନ୍ଧପୁଟୁଳି

କଣ ଆଣିଛ କଣ ରେ ନେବ

ଭାବି ଦେଖ, ପଥଭ୍ରଷ୍ଟ ହୁଅନି।।


ଜମ୍ବେଶ୍ବରପୁର, ବାଲେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract