STORYMIRROR

sudhakar sethi

Others

3  

sudhakar sethi

Others

କାକରା କଲା ହରବର

କାକରା କଲା ହରବର

1 min
167

ସକାଳ କାକରା

 ସଂଜକୁ ବାସୀ 

ଯାତ୍ରା କଟକ 

ଆଜି ରହିଲା ବାକି ।


ନିପାହିଲା ରାତିରୁ 

ବାହାରିଲୁ 

ଧରି ଚୂଡାମୁଢି 

ଗାଡି ଚାଲିଛି କଟକ 

ସଭିଏଁ ହୁଅନ୍ତି ଭିଡାଭିଡି। 


ସୋର ପରେ ଜାମୁଝାଡି 

ତାପରେ ଭଦ୍ରକ 

ଏମିତି ପହଞ୍ଚିଲେ 

ଯାଇ ଛତିଆ ପାଖ।


କାକରା ବାସ୍ନାରେ

 ହେଲୁ ଅସମ୍ଭାଳ 

ଗାଡି ଅଟକାଇ ଭିଡିଲୁ 

ଏକ ଦୁଇ ତିନ 

ହୋଇ ଅଧଡଜନ।


 ପେଟ ଭିତରର

 କିଛି କ୍ଷଣ ପରେ ପରେ

 ଅଜବ ଆବାଜ ଶୁଣି 

ଅତର୍ଛ୍ୟା ଦୌଡିଲି 

ଏକମୁହାଁ ପୋଖରୀପାଣି ।


ଆସିଥିଲୁ ବୁଲି

 କଟକ ନଗର 

ଜାମା ଯୋଡ ହୋଇ

ଭଲା କାକରାଖିଆରେ 

ସବୁ ସରାଗ ଗଲା ଧୋଇ ।


ଏକମୁହାଁ ଦୌଡିଲୁ 

ବଡ ଡାକ୍ତରଖାନା

ଖଟିଆ ନମ୍ବର ତିନ 

ହେଲା 

ଆଜିର ଠିକଣା। 


ଭଲା ବାସିକାକରା 

ପଛେ ପଡିଲୁ 

ନିଜର ମାନ ମହତ 

ସବୁ ସାରିଲୁ। 


ଜୁହାର ସେ କାକରାକୁ 

ଜୁହାର ତାର ଆକର୍ଷଣ 

ଆଉ ଖାଇବିନି 

ବାସି କାକରା 

କରୁଛି ଆଜିଠୁ ପଣ। 



Rate this content
Log in