STORYMIRROR

sudhakar sethi

Others

3  

sudhakar sethi

Others

ମାଆ

ମାଆ

1 min
174

କେମିତି କହିବି କିସବା କହିବି

ଦିଶିଯାଏ ଖାଲି ତ ମୁହଁ

ତ କଥା ଭାବିଲେ ଯାଏ ମୁଁ ଅଟକି

ଝରିପଡେ ଦିଟୋପା ଲୁହ।।


କର୍ମଜଞ୍ଜାଳ ଘାରିଛି ଏମିତି

ନେଇଛି ତୋଠାରୁ ଦୂରେଇ

ତୋ ମମତାରୁ ହୋଇଣ ବଞ୍ଚିତ

ପ୍ରବାସେ ଅନ୍ତର କାନ୍ଦଇ।।


ହାତରନ୍ଧା ତୋର ଅମୃତ ସମ

ଝୁରି ହୁଏ ମୁଁ ନିଇତି 

ଗୋଟିଏ ମାଗିଲେ ମିଳଇ ଦିପଟ

 ଭୁଲିବି କହ କେମିତି।।


ତୋ ଡାକରେ ଭାଙ୍ଗେ ମୋ ନିଦ

ତଥାପି ଶୁଏ ଘୋଡିଘାଡି 

ଯନ୍ତ୍ରବତ୍ ଜୀବନ ହୋଇଛି ଏମିତି

ସରାଗ ନେଇଛି କେ ଭିଡି।।


ଘଣ୍ଟାର ତାଳ ସହ ବିତୁଛି ଜୀବନ

ହଜିଛି ସଵୁ ମଧୁରତା 

ତୋ ଆକଟ ଥାଇ ପୋଖରୀ ଗାଧୁଆ

 ବିସ୍ମୃତି ଗରଭେ ସାଇତା।।


ମୋ ଦୁନିଆ ଆରମ୍ଭ ତୋଠାରୁ

 ତୋଠି ହୁଏ ଶେଷ

ଯୋଉଠି ଦେଖିଲେ ଦିଶିଯାଏ 

ତୋର ହସହସ ମୁଖ।।


ପଣତ ତୋର ଜଗାର ନେତ

ଆଣି ଦିଏ ମନେ ଶାନ୍ତି

ହସହସ ବଦନ ଦେଖିଲେ 

ଉଭେଇ ଯାଏ ସବୁ କ୍ଳାନ୍ତି ।।


ତୋ ହାତ ଯେବେ ଛୁଏଁ ମସ୍ତକେ

ମିଳଇ ସରଗ ସୁଖ

କୋଳରେ ଗଲେ ସୁଖନିଦ୍ରା

ଉଭେଇ ଯାଏ ଦୁଃଖ।।


ମାଟି ପିଣ୍ଡୁଳାକୁ ଗଢି ତୋଳିଛୁ

ସେନେହ ଶରଧା ଦେଇ

ଜଗତ ଦେଖିଛି ନିଜ ପେଟ କାଟି

ଦେଇଛୁ ମୋତେ ଖୁଆଇ।।


ତୁ ମୋ ଜଗା ତୁ ମୋ ବଳିଆ

ତୁ ମୋ ସୁଭଦ୍ରା ମାତ

ତୋ ଛଡା ମୋର ନାହିଁ ମୁକତି

ଚରଣେ ଶତ ପ୍ରଣିପାତ।।


ତୋଠୁ ସୃଷ୍ଟି ତୁ କଲୁ ପାଳନ

ମମତାର ମଧୁ ଦେଇ

ଜନମ ଜନମ ମିଳୁଥାଉ ତୁହି

କରୁଣା ବାରିଧି ହୋଇ।।



Rate this content
Log in