STORYMIRROR

sudhakar sethi

Abstract

4  

sudhakar sethi

Abstract

ମୋ ଗାଁ ସୁଧାକର ସେଠୀ

ମୋ ଗାଁ ସୁଧାକର ସେଠୀ

2 mins
19


ମୋ ଗାଁ

କିସୁନ୍ଦର ତାର ନା

ଜନମି ଏଇଠି

କୁଆଁ କୁଆଁ ରାବେ 

କମ୍ପାଇଛି ମାଟି

ସବୁ କଥାରେ 

ସେ ସାହା

ତାଳତମାଳ ଘେରା ମୁଲକ

ସପନ ଭିଜା ବିତେ ଦିବସ

ସ୍ମୃତି ପଟ୍ଟରେ ଦିଶେ ତା ରୂପ

ସତେ କେତେ ମନଲୋଭା

ସେଇ ମୋ ଗାଁ

କିସୁନ୍ଦର ତା ନା।


ପିଲାଦିନ ଥିଲା କେତେ

 ଯେ ଭଲ

ଏ କୋଳେ ସେ କୋଳେ

ହୋଇଲି ବଡ

କୁନିକୁନି ପାଦ ଥାପିଲି ଯେବେ

ଦେହେ ଖେଳେ ଶୀହରଣ

ଲଭି ତା ପ୍ରଥମ ଛୁଆଁ 

ସେଇ ମୋ ଗାଁ

କିସୁନ୍ଦର ତାର ନା।।


ସଭିଙ୍କ ସ୍ନେହ ସଭିଙ୍କ ଆଦର

ପିଲାଦିନ ଥିଲା ସପନ ପୁର

ହସଖୁସିରେ ବିତିଲା ଏମିତି 

 ନଥିଲା କିଛି ଦକ

ପୁନେଇ ପରବ ଦୋଳ ମଉଛବେ

ଦିଶେ ସଭିଙ୍କ ହସହସ ମୁଖ।

ଏମିତି ମୋ ଗାଁ

କିସୁନ୍ଦର ତାର ନା।।


ବାଗୁଡି,ଦାଣ୍ଡିଆ,ଡାଳମାଙ୍କୁଡି

ଥିଲା ସେ ଅଭୁଲା ଦିନ

ଆଲି ଗୋଟିଡାବୁଳ ନଇ ପହଁରା ବହୁଚୋରୀ

ତା ସହ କେ ହେବ ସମାନ।।

ଏମିତି ମୋ ଗାଁ

କିସୁନ୍ଦର ତାର ନା।।


ଦିନ ଗଡି କେବେ ହୁଏ ରାତି

ନଥିଲା କାହାକୁ ଜଣା

ଡିବିରି ଆଲୁଅ ତାଳପତ୍ର ପଟିଆ

ଖୋଜୁଥିଲା ତା ଠିକଣା

ଏମିତି ମୋ ଗାଁ

କିସୁନ୍ଦର ତାର ନା।।


ଜେଜେମାଆ ଥିଲା 

ମାର୍ଗ ଦର୍ଶକ

ସାଥିରେ ନେଇ 

ବୁଲୁଥିଲା ଦେଶବିଦେଶ

ତାର କଥା ଶୁଣିଶୁଣି

ହେଲି ମୁଁ ଗୋଡେ ଠିଆ।

ଏମିତି ମୋ ଗାଁ

କିସୁନ୍ଦର ତା ନା।


ତା ପୁନେଇ ତା ଯାତ

ମନରେ ଭରେ କେତେ ପୁଲକ

ରାତି ସାରା ଅନିଦ୍ରା

ହେଲେ ଯେବେ ଦୋଳଯାତ ।


ରାଧାକୃଷ୍ଣଙ୍କ ମହାମିଳନ

ଦିନରେ ଖେଳନ୍ତି ହୋଲି

ହୋଇ ଏକଯୁଟ ଗାଁ ଯୁବକ

ବୁଲନ୍ତି ସାରା ଗାଁ

ହାତେ ଧରି ରଙ୍ଗ ପିଚିକାରୀ।


ଜାଗର ରାତି ଦିଏ ସେ ଭିତି

ପିଲା ଦିନର ଅଭୁଲା ସ୍ମୃତି

ପଡୁଛି ଆଜି ମନେ

ଗାଁ ଟି ଲାଗେ ସରଗ ଭୂଇଁ

ତା ସମ ଅଛି କିଏ।


ହରିହାଟର ନଗର କିର୍ତ୍ତନ

ଯେବେ ଗାଁରେ ବୁଲେ

ପିଲାଠାରୁ ବୁଢା ଯାଏ

ଘରେ ଦେଖା ନମିଳେ।


କୂଆଁର ପୂନେଇ ଯାତରେ

ଗାଁ ଟା ସାରା ହସଖୁସିରେ

ରାତି ବିତି ଯାଏରେ।


ଯେତେ ପରବ ଯେତେ ଓଷା

ପାଳୁ ଆମେ ସବୁ ହରସରେ 

ଗୋଟିଏ ମନ ଗୋଟିଏ ପରାଣ

ଥାଏ ଆମ ଭିତରେ ।


ନାହିଁ ଝଗଡା ନାହିଁ କଜିଆ

ନାହିଁ ଏଠି ଅଶାନ୍ତି

ହସ ଖୁସିରେ କଟେ ସମୟ

ନଥାଏ ଭୟ ଭୀତି।


ଥିଲେ କିଛି ଆସୁବିଧା 

ମେଣ୍ଟିଯାଏ ନିଜ ଭିିତରେ

ସ୍ନେହ ଶରଧାର ଥାଏ ଏମିତି ଡୋର

ସମାଧାନ ହୁଏ ସହଜରେ।


ଦୁରୁ ଦେଖିଲେ ଗାଁଟି ମୋର

ଲାଗେ ସତେ ନବବଧୁ

ତାଳ ତମାଳ ସିନ୍ଥିରେ ଶୋହେ

ପାଦ ଧୁଏ ଯାର ସିନ୍ଧୁ।


ଚୋର ଖଣ୍ଟକୁ ଦୁରୁ ଜୁହାର

 ମଡନ୍ତିନି ଆମ ମାଟି

ଜମ୍ବେଶ୍ବର ପୁରୁ ନାଁ ଶୁଣିଲେ

ଶହେ ଜୁହାର ପକାନ୍ତି।


ଗାଁ ଶମସାନ ପବିତ୍ର ସ୍ଥାନ

ମୁକ୍ତି ପଥ ଆମର

ସେପଟେ ଗଲେ ଲୋତକ ଝରେ

ଦେଖି ସମାଧି ପୂର୍ବ ପୁରୁଷର।


ଚେତେଇ ଦିଏ ଜିବନ ଗାଥା

ସେତ ଅଟେ ଅଳିକ

ମିଛର ଥାଟ ପ୍ରଶଂସାର ଗର୍ବ

ମନରୁ କର ଶେଷ।

 

ଆମ ଯୁବକ ଆମ ସାହାସ

ଏକଯୁଟ ଥାଆନ୍ତି

ପୁନେଇ ପରବ ଯାନି ଯାତରେ

ଶାନ୍ତି ବଜାଇ ରଖନ୍ତି ।


ଖେଳ ପଡିଆ ଭାରି ବଢିଆ

ଗାଁ ଶେଷ ମୁଣ୍ଡରେ

କେତେ ପ୍ରକାର ଖେଳ ଖେଳୁ

ସାଙ୍ଗ ସାଥି ମେଳରେ ।


ବହୂଚୋରି ଅବା ଦାଣ୍ଡିଆ

ଗୋଟି ଡାବୁଳକୁ ପତ୍ର ଡିଆଁ

କେତେ ପ୍ରକାର ଖେଳିଛୁ

ଦ୍ବିପ୍ରହର ସାରା ବରଗଛ ମୂଳେ

ଆଲି ଗଡାଇଛୁ ।


 ଏସବୁ ଖେଳ ଜାଗା ଏବେ

 ନେଇଛି କିରିକେଟ

ଗାଁକୁ ଗଲେ ପିଲାଙ୍କ ସହ

ପଡିଆରେ ହୁଏ ଭେଟ।


ଗାଁଟି ମୋର ଧିରେ ଧିରେ

ବଦଳି ଚାଲିଛି

ଝାଟି ମାଟି ଘର ସବୁ

ଏବେ ପକ୍କା ହେଉଛି 

ଆସମତୁଲ ରାସ୍ତା ଏବେ

ହେଉଛି ସମତୁଲ

ଘରେ ଘରେ ଚମୁକଛି

ଏବେ ବିଜୁଳି ଆଲୁଅ।


ନଡା ଛପର ସ୍କୁଲଟି ମୋର

 ହୋଇଛି ପକ୍କାଘର

ଜାତି ଜାତିର ଫୁଲଗଛରେ

ତା ଅଗଣା ଭରପୁର।


ବାବା 

ଜମ୍ବେଶ୍ବରନାଥ ଜଗିଛନ୍ତି

ଗାଁର ପ୍ରବେଶ ପଥ

ମା କାଳିକୁମର ଗ୍ରାମ ଦେବତୀ

ଦିଅନ୍ତି ସଭିଙ୍କୁ ଆଶିଷ 


ବଡ ପ୍ରତକ୍ଷ୍ୟ ବଡ ପ୍ରତାପୀ 

ତାଙ୍କର ଅପାର ମହିଁମା

କରୁଣା ତାର ଲଭେ ଯେ ନର

ହଟେ ତାର ଦୁଃଖ ସୀମା ।


ହରିଆଟଘର ଗାଁ ମଝିରେ

କିସୁନ୍ଦର ତାର ଥାଟ

ପ୍ରତି ସନ୍ଧ୍ୟାର ଭାଗବତ ପାଠରେ

ହୁଏ ସଭିଁଙ୍କ ଭେଟ ।


 ଅଧେରୁ ବେଶି ମୋ ଗାଁର

 କରନ୍ତି ଚାଷ କାମ

ଯାହା ମିଳଇ ହୁଅନ୍ତି ଖୁସି

ସୁଖରେ ବିତାନ୍ତି ଦିନ


ପିଲାଦିନଟି ବିତିଛି ମୋର

ଲଭି ସଭିଙ୍କ ସ୍ନେହ ଶରଧା

ସେଇ ଆଶିଷେ ଚାଲିଛି ପଥ

ଆସିନି କିଛି ବାଧା


ବୈକୁଣ୍ଠ ପରି ଲାଗେ ମୋ ଗାଁ

ମରତେ ସରଗ ଭୂଇଁ

ଗାରିମା ତାର ଅମୂଲ ମୂଲ

 ଦେଇ କେ ପାରିବ ନାହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract