ଧୋକା
ଧୋକା
ସମୟ ତାଳରେ ବଦଳୁଛି ମନ
ବଦଳୁଛି ପରିଭାଷା
ଦେହରେ ରଂଗ ମେଞ୍ଚାଏ ବୋଳି
ଆକାଶ ଛୁଇଁବାର ନିଶା
ସପନ ବଣିକ ସପନ ବିକୁଛି
ହାତେ ଧରି ଯାଦୁଛଡି
ନିଶାତ ଘାରିଛି ଅନ୍ଧାର ଦିଶୁଛି
ବଡ ବିଶମ ସେ ଘଡି
ସତ୍ୟର ପଥ ଘେରିଛି ଅସତ୍ୟ
ଆଖିରେ ଦେଇ ଅଞନ
ଭୋଜବିଦ୍ୟା ଭେଳିକି ଭିତରେ
ପଥହରା ଏ ଜୀବନ
ଚକଚକ ଦୁନିଆ କରିଛି ବାଇ
ହୃଦର ଡାକ ଅଲୋଡା
ପାଦ ଖସୁଛି ଖସଡା ପଥେ
ମନେରେ ଜଳୁଛି ନିଆଁ
ଉପରେ ଗୋଡଥୋଇ ଆଗେଇବାର
ବଢିଛି ମାନସିକତା
ଭଲ ପାଇବାର ଛଳନା ଫାସରେ
ହଜିଛି ସେ ମଧୁରତା
ଫରକ ପଡେନି ନିଷ୍ଠୁର ହୃଦୟ
ଏତ ନିତିଦିନ ଖେଳ
ନିରିହ ମନଟି ଜଳି ପୋଡି ଯାଏ
ପାଏନି ସେ ଥଳକୂଳ
ଗୋଟେ ଡାଳଛାଡି ଆନ ଡାଳକୁ
ସହଜରେ ନିଏ ଭିଡି
ମାୟାର ମୋହରେ ଯାଇଛି ଭୁଲି
ଅତିତର ସେ ଘଡି ।