STORYMIRROR

sudhakar sethi

Classics

3  

sudhakar sethi

Classics

ଧୋକା

ଧୋକା

1 min
221


ସମୟ ତାଳରେ ବଦଳୁଛି ମନ

ବଦଳୁଛି ପରିଭାଷା

ଦେହରେ ରଂଗ ମେଞ୍ଚାଏ ବୋଳି

ଆକାଶ ଛୁଇଁବାର ନିଶା


ସପନ ବଣିକ ସପନ ବିକୁଛି

ହାତେ ଧରି ଯାଦୁଛଡି

ନିଶାତ ଘାରିଛି ଅନ୍ଧାର ଦିଶୁଛି

ବଡ ବିଶମ ସେ ଘଡି


ସତ୍ୟର ପଥ ଘେରିଛି ଅସତ୍ୟ

ଆଖିରେ ଦେଇ ଅଞନ

ଭୋଜବିଦ୍ୟା ଭେଳିକି ଭିତରେ

ପଥହରା ଏ ଜୀବନ

  

ଚକଚକ ଦୁନିଆ କରିଛି ବାଇ

ହୃଦର ଡାକ ଅଲୋଡା

ପାଦ ଖସୁଛି ଖସଡା ପଥେ

ମନେରେ ଜଳୁଛି ନିଆଁ


ଉପରେ ଗୋଡଥୋଇ ଆଗେଇବାର

ବଢିଛି ମାନସିକତା

ଭଲ ପାଇବାର ଛଳନା ଫାସରେ

ହଜିଛି ସେ ମଧୁରତା


ଫରକ ପଡେନି ନିଷ୍ଠୁର ହୃଦୟ

ଏତ ନିତିଦିନ ଖେଳ

ନିରିହ ମନଟି ଜଳି ପୋଡି ଯାଏ

ପାଏନି ସେ ଥଳକୂଳ


ଗୋଟେ ଡାଳଛାଡି ଆନ ଡାଳକୁ

ସହଜରେ ନିଏ ଭିଡି

ମାୟାର ମୋହରେ ଯାଇଛି ଭୁଲି 

ଅତିତର ସେ ଘଡି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics