STORYMIRROR

Debasis Ray

Others

3  

Debasis Ray

Others

ଚଲାପଥ

ଚଲାପଥ

1 min
154

        

ମନର ଦୁଃଖ କଷ୍ଟଦିଏ ଏହାହିଁ ଚିରନ୍ତନ ସତ୍ୟ 

ତନ୍ମଧ୍ୟେ କିଛି ଭୁଲିନଯିବାପରି ଶିକ୍ଷା ଦିଏ ନୁହେ ଅସତ୍ୟ


ଯେଉଁ ବ୍ୟକ୍ତି ଏହି ଶିକ୍ଷାକୁ କରେ ପୂର୍ଣ୍ଣ ଅନୁସରଣ 

କମି କମି ଯାଏ କ୍ରମେ ଦୁଃଖ ସତ୍ୟ ଚିରନ୍ତନ 


ରଥରେ ଉପବିଷ୍ଟ ତିନି ଠାକୁର ଆରମ୍ଭ ରଥଯାତ୍ରାର 

ସରିଗଲାପରେ ହୁଏ କେବଳ କାଷ୍ଠର ଭଣ୍ଡାର 


ସଂସାର ପଥରେ ଗତିକରି ଜୀବନରଥର ଚକ 

ସହି ତିନି, ବାଳୁତ ଯୌବନ ବାର୍ଦ୍ଧକ୍ୟ ଅବସ୍ଥା ତକ 


କିନ୍ତୁ ଭାଇମାନେ ମାନେ ରଖିବା କଥାଟିଏ କହୁଛି 

କଥା ବା କାର୍ଯ୍ୟରେ କେବେ ଋଣୀ ନହେବା ଭାବିଚି 


ପୂର୍ଣ୍ଣ ଦୁଃଖ କଷ୍ଟ କେବେ ନମିଳଇ କିଛି ଆନନ୍ଦ ମଧ୍ୟ ଥାଏ 

ତାହା ମନୁଷ୍ୟକୁ ଚାଲିବାକୁ ବଳସବୁ ଦେଇଥାଏ 


ଜୀବନର ଚଲାପଥେ ,ଅଳ୍ପରେ ସନ୍ତୁଷ୍ଟ ଏକ ମହତର ଗୁଣ      

ଏଥିପାଇଁ ଦର୍ଶନ ଶାସ୍ତ୍ର କହେ ଜୀବନ ହୁଏ ସନ୍ଟୁଷ୍ଟରେ ପୂର୍ଣ୍ଣ 


ସର୍ବଦା ଆନନ୍ଦ ପାଇବାର ଇଚ୍ଛା ଏକ ଦୁଃଖର କାରଣ 

ସେଥିପାଇଁ ମଧ୍ୟମ ପନ୍ଥାର ଅବସ୍ଥା ଏକ ଉଦାହରଣ 



Rate this content
Log in