STORYMIRROR

Debasis Ray

Action Classics Others

3  

Debasis Ray

Action Classics Others

ଜୟ ଶ୍ରୀ ରାମ ଜୟ ହନୁମାନ

ଜୟ ଶ୍ରୀ ରାମ ଜୟ ହନୁମାନ

1 min
643


                      

 ହେ ଶ୍ରୀରାମ ହେ ଶ୍ରୀ ରାମ ପ୍ରଭୁ ହେ ଶ୍ରୀ ରାମ 

ପବନ ତନୟ ପଦେ କରେ ପୁର୍ଣ୍ଣ ପ୍ରଣାମ 


ଆପଣ ମାତାଙ୍କ ସହିତ ସିଂହାସନେ କର ଉପବେସନ 

ସମର୍ପିତ ଭୃତ୍ୟ ରୂପେ ହନୁମାନଙ୍କ ଜଗତରେ ନାମ 


ଏକଦିନେ ମାତାଙ୍କୁ ସିନ୍ଦୁର ପିନ୍ଧିବାର ଦେଖି 

ନିଜଦେହେ ସିନ୍ଦୁର ପୂର୍ଣ୍ଣମାତ୍ରାରେ ହେଲେ ମାଖି 


ହସି ହସି ମାତା ଭୂମିରେ ସମ୍ପୂର୍ଣ୍ଣ ଗଡି ଗଲେ 

ଏହିପରି ପୂଜା ପାଇବାର ବରଟିଏ ଦେଲେ 


ଅଜର ଆମର ସେହି ବୀର ହନୁମନ୍ତ 

ସଙ୍କଟୁ ଉଦ୍ଧାରନ୍ତି ଭକ୍ତଙ୍କୁ ନିଶ୍ଚିନ୍ତ 


ସଙ୍କଟ ମୋଚନ ନାମ ପାଇଛନ୍ତି 

ହରି ପାଦ ତଳେ ଭକ୍ତି କରିଛନ୍ତି 


ସେଥିପାଇଁ ଜଗତରେ ପଡିଛି ହୂରି 

ଯେଉଁଠି ରାମ ସେଇଠି ହନୁମାନ ସବୁରୀ 


ହନୁମାନ ସମର୍ପଣ ଭକ୍ତିର ଅନନ୍ୟ ଉଦାହରଣ 

ଭଗବାନ ଆପଣଙ୍କ କଳାଟିକେ ଦେଲେ ପୂଜିବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action