ସ୍ୱାର୍ଥ
ସ୍ୱାର୍ଥ
ମୁଁ ବା ମୋର ଠାରୁ ଜାତ ହୁଏ ସ୍ୱାର୍ଥ
ପାର୍ଥିବ ସଂଲଗ୍ନ ବିନା ଆଉସବୁ ହୁଏ ବ୍ୟର୍ଥ ।
ନିଜକୁ ବା ନିଜରକୁ ଆବୋରି ସ୍ୱାର୍ଥ କବଳିତ
ଆଦୃଶ୍ୟରେ ସବୁ ନୀତିବାଣୀ ହୁଅଇ ବିଶୃତ ।
ସ୍ୱାର୍ଥ କରେ କବଳିତ ମନ ହୁଏ ରାଜନ ହୃଦୟେ
ବାନ୍ଧିଦିଏ ସମସ୍ତଙ୍କୁ କର୍ମର ମହାବନ୍ଧନରେ
ଅତିକ୍ରମ କରୁ କରୁ ସଂସାର ବାରିଧି
ଯେଉଁଦିନ ମନୁଷ୍ୟ ଟପେ କର୍ମର ପରିଧି ।
ଦଣ୍ଡ ଯୋଗ୍ୟ ହୁଏ ସିଏ ଏହା ବିଧି ନିର୍ଦ୍ଧିଷ୍ଟ
ସେହି ଫଳ ନିଶ୍ଚୟ ଭୋଗେ ଯାହା ଉଦ୍ଧିଷ୍ଟ ।
ଏହା ଅଟେ ସୃଷ୍ଟିର ଚିରନ୍ତନ ନିରାଟ ସତ୍ୟ
ଯଦି ହୁଏ ଜନ୍ମଭୂମି ମାୟାର ସଂସାରେ ମର୍ତ୍ତ୍ୟ
ହେ ମନୁଷ୍ୟ ମନରେ ଲେପ ନିଃସ୍ଵାର୍ଥ ର ତେଜ ।
ଦିନେ ନିଶ୍ଚେ ପ୍ରାପ୍ତ ହେବୁ ଜ୍ଞାନ, ବାରେ ହେଜ
