ଯମଜ ଭାଇ
ଯମଜ ଭାଇ
ଚୁନୁ ବୁନୁ ଦୁହେଁ ଯମଜ ଭାଇ
ଏକକୁ ଦେଖିଲେ ଆନ ଦିଶଇ
ଦୁଇ ଭାଇ ପିନ୍ଧନ୍ତି ଏକାପରି ପୋଷାକ
ସହଜେ ବାରି ହୋଇ ପଡନ୍ତି ସହର ଯାକ
ଏକା ସାଙ୍ଗରେ ଦୁହେଁ ପାଠ ପଢନ୍ତି
ସାଙ୍ଗ ହୋଇ ଦିଜଣ ସ୍କୁଲ ଯାଆନ୍ତି
ଦିନେ ଶ୍ରେଣୀରେ ଅଘଟଣ ହେଲା
ଚୁନୁ ଭୁଲ ପାଇଁ ବୁନୁ ଦଣ୍ଡିତ ହେଲା
ସେହିଦିନୁ ବୁନୁ ପ୍ରତିଜ୍ଞା କରିବସିଲା
ଏକା ପୋଷାକ ପିନ୍ଧି କେବେ ସ୍କୁଲ ନଗଲା
ମାଆ ପଚାରିଲେ ବୁନୁ ଏପରି କଣ ହେଲା
ଶ୍ରେଣୀରେ ମୁଁ ହେଲି ବହୁତ ହଟହଟା
ଚୁନୁ ପାଇଁ ମୁ ଖାଇଲି ବହୁତ ପିଟା
ଏମନ୍ତ ପିଲା ଦି ଜଣ ଦୟାଳୁ ଅଟନ୍ତି
ସାହାଯ୍ୟ କରିବାକୁ ଆଗେଇ ଆସନ୍ତି
ଭଗବାନ ଦିଜଣଙ୍କୁ ଆୟୁଷ ଦିଅନ୍ତୁ
ନିଜ କାର୍ଯ୍ୟେ ସର୍ବଦା ସଫଳ ହୁଅନ୍ତୁ
