ବସ୍ତାନୀ ବଡ଼
ବସ୍ତାନୀ ବଡ଼
ମୋ ଇସ୍କୁଲରେ ପଢୁଛି ମୋହନ
ମୋ ସିଲଟକୁ ଧରି
ମଡାଉଛି ଏବେ ଅ ଆ ସିଏ
ଚକ ଖଡି ଘୋରି ଘୋରି ।
ରଖିଛି ପାଖରେ ପାଣି ଶିଶିଟିଏ
ଅଳପ ଟିକିଏ ଢାଳି
ଲିଭାଇ ଦିଏ ସେ ଘଷରା ସିଲଟ
ଦିଶେ ସଫା ନୂଆ ପରି ।
ନଈ ପାଣି ସବୁ ଯାଆ ତୁ ନଈକୁ
ସିଲଟ ମୋ ଶୁଖି ଯାଆ
ସିଲଟ ହଲାଇ ପଦ୍ମତୋଳା ଗାଏ
ମୋହନିଆ ଚାଲାକିଆ ।
ଶିଖିବ ଅକ୍ଷର ସ୍ୱର ଓ ବ୍ୟଞ୍ଜନ
ଲେଖିବ ଗଣନ ସ°ଖ୍ୟା
ମିଶାଣ ଫେଡାଣ ହରଣ ଗୁଣନ
ଶିଖିବ ବି ପଣିକିଆ ।
ମୋ ଛବି ବହି ବର୍ଣ୍ଣବୋଧ ପଢି
ଜିଣିବ ମୋହନ ଗଡ଼
ଧୀରେ ଧୀରେ ତାର ବଢିବ କିଲାସ
ବସ୍ତାନୀ ହୋଇବ ବଡ଼ ।
ଶୁଣିଛି ମୋହନା କହୁଥିଲେ ଜେଜେ
ଗଜୁରିବ ତାର ନିଶ
ବାଘୁଆ ନିଶକୁ ମୋଡିକି ଲଢିବ
ମୋହନା କାଳିଆ ଅଶ୍ୱ ।
