STORYMIRROR

Debasis Ray

Classics Inspirational Others

3  

Debasis Ray

Classics Inspirational Others

ପ୍ରଭୁ ହେ !

ପ୍ରଭୁ ହେ !

1 min
218


 ରତ୍ନ ସିଂହାସନେ ଆସୀନ ପ୍ରଭୁ କାଳିଆ ସାଆନ୍ତ 

ପ୍ରକୃତରେ କଣ ପାଉଛ ଶାନ୍ତି ହେ ପ୍ରଭୁ ଅନନ୍ତ 

ସବୁ କଷ୍ଟ ନିଜ ଭିତରେ ରଖି 

ଜଗତ ଦେଖୁଛ ପ୍ରଭୁ ନିରେଖୀ 

ଭକ୍ତଵଶ୍ଚଳ ପ୍ରଭୁ ଭକ୍ତ ତୁମ ଜୀବନ 

ଏବେ କଣ ଜାଣୁନାହଁ ତା ପରିତାପର କାରଣ 

କରୁଛ ସମୟ ଏପରି ହରି 

ବୁଦ୍ଧି ହଜିଯାଏ ହେ ବେଦଧାରୀ 

ମାନସେ ବାଳୁତ ଆମେ ଜାଣିଚୁ ଅଳ୍ପ ଭକ୍ତି 

ସମର୍ପିତ ହୋଇଯିବା ଗୁରୁଜନଙ୍କ ଉକ୍ତି 

କ୍ଷମା କରିଦିଅ ପ୍ରଭୁ ହେ ଯଦି କରିଛୁ କିଛି ପାପ 

କଳିକାଳେ କରିଚାଲିବୁ ତୁମ ନାମର ଜପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics