Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ମନର କଥା

ମନର କଥା

1 min
262



ମୋ କଥାକୁ କେହି ଶୁଣୁ ବା ନ ଶୁଣୁ 

ହିତକଥା କହି ଚାଲିଥିବି,

ମୋ ଲେଖାକୁ କେହି ପଢୁ ବା ନ ପଢୁ 

ସବୁଦିନ ଲେଖି ଚାଲିଥିବି |

 

ମୋ ଗୀତକୁ କେହି ଗାଉ ବା ନ ଗାଉ 

ବହିଛାପି ସାରି ବାଣ୍ଟୁଥିବି,

ମୋ ଭାବକୁ କେହି ବୁଝୁ ବା ନ ବୁଝୁ 

ନିଜ ବିଚାରକୁ ରଖୁଥିବି |

 

ମୋତେ କେ ପସନ୍ଦ କରୁ ବା ନ କରୁ 

ତାଙ୍କୁ ମୁଁ ପସନ୍ଦ କରୁଥିବି,

ମୋ ପଥେ ପଥିକ ମିଳୁ ବା ନ ମିଳୁ 

ସତ୍ୟପଥେ ଏକା ଚାଲୁଥିବି |

 

ମୋତେ କେ ପଚାରୁ ଅବା ନ ପଚାରୁ 

ତାଙ୍କ ଭଲ-ମନ୍ଦ ପଚାରିବି,

ମୋ ପାଖକୁ କିଏ ଆସୁ ବା ନ ଆସୁ 

ତାଙ୍କ ଚାରିପଟେ ଘୂରୁଥିବି |

 

ମୋତେ କିଏ କିଛି ଦେଉ ବା ନ ଦେଉ 

ମିଠାକଥା ପଦେ କହୁଥିବି,

ମୋତେ କିଏ ଭଲ ପାଉ ବା ନ ପାଉ 

ସଭିଙ୍କୁ ମୁଁ ଭଲ ପାଉଥିବି |



Rate this content
Log in

Similar oriya poem from Classics