STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

ସୁସ୍ଥ ଜୀବନ ଖୁସି ଜୀବନ

ସୁସ୍ଥ ଜୀବନ ଖୁସି ଜୀବନ

1 min
188

ବଢାଇବାର ଥିଲେ ନିଜ ଆୟୁଷ 

ବ୍ଯବହାର କର ପତ୍ରେ ପୀୟୂଷ

ଯଦି ପେଟ ବଥା କିମ୍ବା ଗ୍ୟାଷ୍ଟ୍ରିକ୍ ଅଛି

ସକାଳୁ ଖାଇଲେ ବେଲ ପତ୍ରଟିଏ କମିବ ପେଟର ବଥା

ଗ୍ୟାଷ୍ଟ୍ରିକ୍ ବେମାରୀ ଏବଂ ବଦହଜମି ହଜାଇବେ ପତ୍ତା ।


ଯଦି ରକ୍ତଚାପ ଆୟତ ହେଉନାହିଁ

ସିଝାଇ ପିଇଲେ ପିଜୁଳି ପତ୍ର କମିଯାଏ ରକ୍ତଚାପ

ଆବାଳ ବୃଦ୍ଧ ବନିତା ମନେରଖ ଆୟୁର୍ବେଦ ଶାସ୍ତ୍ର।


ଯଦି ନିଦ ହେଉନାହିଁ କିମ୍ବା ଅଧିକ ଚିନ୍ତିତ

ପାଚିଲା କଦଳୀ ଚୋପା କାଟି ସିଝାଇ ରଖିବ ଛାଣି

ରାତ୍ରି ଭୋଜନର ଅନ୍ତେ ପିଇଲେ ପାଇବ ନିଦରାଣୀ ।


ଯଦି କାମଳ ରୋଗ ହୋଇଥାଏ

ଖାଲି ପେଟରେ କରଞ୍ଜ ପତ୍ରକୁ ସିଝାଇ ପିଇଲେ ପାଣି

ଯକୃତ ବଳୁଆ ହେବ କାମଳ ବିମାରୀ ଡାକିବ ତ୍ରାହି ।


ଯଦି ପେଟ ରୋଗ କିଛି ଥାଏ

ତିନୋଟି ଥାଲକୁଡ଼ି ପତ୍ର ନେଇ ଚୋବାଇ ଦେବ ଖାଇ

ପ୍ରତିଦିନ ସେବନ କଲେ ଦୂର ହେବ ସର୍ବ ବ୍ୟାଧି ଭାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract