STORYMIRROR

subrat kumar jena

Classics

3  

subrat kumar jena

Classics

ବାଟ ବଣା ପଥିକ

ବାଟ ବଣା ପଥିକ

1 min
215


ଚାଲିବାକୁ ଆରମ୍ଭ କରେ ପଥଭ୍ରଷ୍ଟ୍ ଭାବରେ

କେତେ ବେଳେ ଗତି ତାର ସଠିକ୍ ତ 

କେବେ ପୁଣି ଗତିଶୀଳ ହୁଏ ପାଦ ଦୁଇ ତାର

ଯନ୍ତ୍ରଣା ଦୁଃଖର ଦ୍ଵାର ଦେଶକୁ

ପଥ ସେତ ଅସୁମାରି ....

ଥରେ ଆରମ୍ଭ ହେଲେ ଯାତ୍ରା ଶେଷ କେବେ ଜାଣେନା କେ

କେବେବି ପଥ କରେନି ଦୁଃଖ କି ଅବଶୋଷ

ଯେତେ ପାଦ ପଡ଼ିଲେ ବି ତାପରେ

ସବୁ ପାଦକୁ ସେ ନିଜର ଭାବି ଆପଣେଇ ନିଏ

କିଛି ପାଦ ତାକୁ ନିଜର କରେତ କିଛି ନୁହେଁ

ହଁ ବେଳେ ବେଳେ ସେ ବି ପତ୍ରିକ୍ରୀୟା ଦେଖାଏ

ଅବଶ୍ୟ ନିଜ ଇଚ୍ଛାରେ ନୁହଁ 

ଏ ମଣିଷର ବିକ୍ରାନ୍ତ୍ ବୁଦ୍ଧି ଦ୍ଵାରା 

ପାଦକୁ ଲହୁ ଲୁହାଣ କରେ ତିଖିଣ ଆଘାତେ

ଆଉ ପଥହରା ପଥିକ୍ ପଡି ଜାଏ ଆଣ୍ଠୁ ମାଡ଼ି

ନିଜ ଲୋକଙ୍କର ମୃଦ୍ୟୁ ପ୍ରତିହିଂସାରେ

ହେଲେ କୁହତ୍ ଏଥିରେ ପଥର ବା ଦୋଷ କେଉଁଠି

କଥାରେ ଅଛି ପଙ୍କରେ କମଳ ଜାତ

ମଣିଷ ପରା ଏ ଧାରାର ଶ୍ରେଷ୍ଠ ଜୀବ

ତା ହେଲେ ନିଜ ବିବେକ ବୁଦ୍ଧି କୁ ଉପଯୋଗ କରେନି କାହିଁ

ଜାଣି ଜାଣି ଲୋଭରବଶବର୍ତ୍ତୀ ହୋଇ ଫସେ ପାପର ଦଲ ଦଲରେ

ହେଲେ ବିବେକୀ ନିଜକୁ ସଚେତନ କରେ

ଧୀରେ ଧୀରେ ନିଜକୁ ମୁକ୍ତ କରେ ଅହମିକାରୁ

ବାଛି ନିଏ ମୁକ୍ତିର ଗନ୍ତବ୍ୟ ପଥକୁ

ପଥହରା ପଥିକ ନିଜ ଉପରେ ରଖିବାକୁ ହେବ ବିଶ୍ୱାସ

ସୁମାରିବାକୁ ହେବ ସେଇ ଜଗତକର୍ତାଙ୍କୁ 

ନିଜ ଗନ୍ତବ୍ୟର ଶେଷ ସଫଳତାର ପଥେ ପଥେ

ପଥ କେବେ କରିବନି ବିରୋଧ କେଉଁ ଆଡେ ଜିବାକୁ

ଖାଲି ଯାହା ବାଛିବାକୁ ପଡ଼ିବ ନିଜ ଧି ଶକ୍ତି ବଳରେ।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics