STORYMIRROR

SARATA KUMAR DAS

Classics

3  

SARATA KUMAR DAS

Classics

ଅଶାନ୍ତ ବେଳାଭୂଇଁ

ଅଶାନ୍ତ ବେଳାଭୂଇଁ

1 min
361


ମୁଗ୍ଧ ଭାବନା ସ୍ନିଗ୍ଧ ଚେତନା

ରିକ୍ତ ମନର ବ୍ୟଥା

ଆକୁଳ ପ୍ରାଣ ସୁପ୍ତ ନୟନ

ବିଷାଦଭରା ଗାଥା


ମଧୁର ପ୍ରେମ କଦମ୍ବ ମୂଳ

ଜଳଇ ଦାବାନଳେ

ଅବ୍ୟକ୍ତ ଭାଷା ତୃଷିତ ଆତ୍ମା

ତପ୍ତ ହୃଦୟ ତଳେ 


ବନ୍ଦୀ ମୁଁ ଆଜି ମୋ କୋଳାହଳେ

ଲିଭେ ଜୀବନ ରଙ୍ଗ

ମୂର୍ଚ୍ଛିତ ମାଟି ରୁଦ୍ଧ ଆବେଗ 

କ୍ଷତବିକ୍ଷତ ଅଙ୍ଗ


ଜୀବନ ପର୍ବ ଗୌରବ ଫର୍ଦ 

ମ୍ଳାନ ଧୂସର ଚିହ୍ନ  

ଲୁଣ୍ଠିତ ମୋର ଆଦ୍ୟ ବସନ୍ତ 

ଲୁଣ୍ଠିତ ଯଉବନ 


ସାଗର ବକ୍ଷ ନୀଳ ତରଙ୍ଗ

ସବୁତ ଦିଗହରା

ପୂର୍ଣ୍ଣମୀ ଜହ୍ନ କଣ୍ଟକ ପୂର୍ଣ୍ଣ 

ସଦା ଯନ୍ତ୍ରଣା ଭରା  

କ୍ଳାନ୍ତ ଶରୀର ଅବଶ ପାଦ

ଚିନ୍ତା ମୋ ଜରାଜୀର୍ଣ୍ଣ

ନିଥର ରାତି ଅଶାନ୍ତ ଗୀତି

ଅଳସ କୁଂଜବନ 


ଆଦ୍ୟ ଆଷାଢ କଅଁଳ କଢ 

ଭିଜେନି ପ୍ରାଣସତ୍ତା

ଭିଜାମାଟିର ସୁଗନ୍ଧ ବାସ୍ନା 

ଦିଏନି ମାଦକତା 


ପୂର୍ଣ୍ଣ ବିଶ୍ବାସ ସ୍ବର୍ଣ୍ଣ ଆଭାସ

ଦୃଶ୍ୟରୁ ଦୃଶ୍ୟାନ୍ତର

ପଂଜୁରିବଦ୍ଧ ବିହଙ୍ଗ ପକ୍ଷ

ଖୋଜେ ମୁକ୍ତିର ଦ୍ବାର


ଲବଙ୍ଗଦ୍ବୀପ ରାଜକୁମାର 

ନୟନ ଅଶ୍ରୁସିକ୍ତ 

କାଦମ୍ବିନୀର ମଧୁରଛନ୍ଦେ

ଖୋଜେ ଜୀବନ ଗୀତ


ବେଳାଭୂଇଁର ବାଲୁକା ରାଶି 

ଅଶାନ୍ତ ଉଦବେଳିତ

ତଥାପି ଦେଖେ ପାଦର ଚିହ୍ନ 

ଆଲୋକେ ଉଦ୍ଭାସିତ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics