STORYMIRROR

KAMAKSHYA PRASAD BEHERA

Classics Others

4  

KAMAKSHYA PRASAD BEHERA

Classics Others

ପ୍ରଳୟ ହୋଇବ

ପ୍ରଳୟ ହୋଇବ

1 min
23


ଗୁଣ୍ଡିଚା, ବାହୁଡା଼ ଲାଗିଛି ସଂସାରେ 

  ଶ୍ରୀକ୍ଷେତ୍ର ସବୁରି କ୍ଷେତ୍ର, 

କାଳିଆ ସାଆନ୍ତ ବସିଛି ରଥରେ 

  ନିର୍ମାଲ୍ୟ ତାହାର ମନ୍ତ୍ର । 0 

ସକଳ ପଣ୍ଡିତ ଉଭା ହୋଇଛନ୍ତି 

  ବେଦ ପୋଥି ଧରି ମୁଣ୍ଡେ, 

ଖାଇବାକୁ ଦାନା କାହାକୁ ନମିଳେ 

  ପିନ୍ଧିବାକୁ କନା ଖଣ୍ଡେ ।1 

ମୋର ମୋର କହି ବାଉଳି ଖାଆନ୍ତି 

  ତଣ୍ଟି ଯାଏ ପାପ ଗଣ୍ଠି, 

କାମସୂତ୍ର ଯେତେ ସାଉଁଳି ଧରନ୍ତି 

  ଲେଖି ନୂଆ ବେଦ ପୋଥି ।2 

କାହିଁ ଗଲା ସ୍ନେହ ଗୋପନରେ ହଜି 

  ଈଶ୍ୱର ଖୋଜନ୍ତି ଏଠି, 

ପାପ ତାରି ତାରି ଆଧା ହୋଇଗଲେ 

  ପାପୀ ମର ମନ ମୁଖୀ ।3 

ଏମିତିଆ ଶାପ ଦିଏ କିଏ କାହିଁ 

  ସିଏତ ସକଳ ପ୍ରାଣ, 

କୋଡେ ଶରଧାରେ ଗଢିଥିଲେ ସବୁ 

  ଭାଙ୍ଗି ଦେଵେ କାର ମନ । 4 

ନିରାକାର ବ୍ରହ୍ମ ନରାକାର ହେଲେ 

   ଯୋଗସୂତ୍ର କହିବାକୁ, 

କି କାରଣେ ପିଣ୍ଡ ହୋଇଛି ଉତ୍ପନ୍ନ 

  ଜଣା ନପଡେ ତପୀଙ୍କୁ ।5 

ମାୟାଧର ହୋଇ ମାୟାରେ ପସିଲେ 

  ମାୟା ରୁ ନିସ୍ତାର କାହିଁ, 

ପଞ୍ଚଇନ୍ଦ୍ରୀ ମଧ୍ୟେ ଷଢ ଅଇରୀକୁ 

  ଖଞ୍ଜିଛନ୍ତି ରସ ଦେଇ ।6 

ଗୁରୁ ଗଉରବ ଧ୍ଵଜା ଉଡୁଅଛି 

  ଶିଷ୍ୟ ସଂଗଠନ କେତେ, 

ପାପ ବଢୁଥାଇ ରାକ୍ଷାସ ରୂପରେ 

  ଜ୍ଞାନ ଯାଏ ସ୍ଵାର୍ଥ ମତ୍ତେ ।7 

ଏବେଳେ ଚୈତନ୍ୟ ନହେଲେ ଉଦୟ 

   ପ୍ରଳୟ ହୋଇବ ମହୀ, 

ଗୋପନରେ ଥିବା ସିଦ୍ଧ ମୁନି ଗଣ 

   ସତ୍ୟ ସଂଚାରିବେ ରହି ।8 ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics