STORYMIRROR

KAMAKSHYA PRASAD BEHERA

Others

4  

KAMAKSHYA PRASAD BEHERA

Others

ଶ୍ରୀଗଣେଶ

ଶ୍ରୀଗଣେଶ

1 min
16


ସଂସାର ରେ ଜ୍ୟୋତି ପ୍ରକାଶ ନହୋଇ  

  ଥିଲା ଖାଲି ମହାଶୂନ୍ୟ,

ଯେବେ ଇଚ୍ଛା ହେଲା ତୃତୀୟ ନୟନ 

   ଜ୍ୟୋତି ରେ ଦିଶଇ ସ୍ଥାନ ।୧ 

ସେହି ଜ୍ୟୋତି ବଳେ ଗଢିହେଲେ ଚନ୍ଦ୍ର  

   ସୂର୍ଯ୍ୟ ଓ ନକ୍ଷତ୍ର ମାଳ, 

ତାଙ୍କ ଇଙ୍ଗିତ ରେ ହେଲେ ଗତିଶୀଳ 

  କରି ଶୂନ୍ୟ କୋଳାହଳ ।୨ 

ଏହି ଗୁଢତତ୍ତ୍ଵ ଗଣେଶ ନାମରେ 

  ସଂସାରେ ଦିଅନ୍ତି ଜ୍ଞାନ, 

ଜ୍ଞାନ ଅଗ୍ରପୂଜ୍ୟ ଜଗତ ଜାଣିଛି 

  ମିଳେ ସଦା ସନମାନ ।୩ 

ଚିନ୍ତା ଚେତନାରେ ଶ୍ରବଣେ ଆଘ୍ରାଣେ 

   ହସ କାନ୍ଦରେ ସେ ଥାଏ, 

ବଳିଷ୍ଠ ହାରନ୍ତି ଅସାଧ୍ୟ ସାଧିତ 

   କରି ଅଗ୍ରସର ହୁଏ ।୪ 

ଧ୍ଵନି ଶବ୍ଦ ଧରି ଅକ୍ଷର ସଜ୍ଜାଇ 

   ସଂସ୍କାର ହୋଇଛି ଗଢା, 

ମାନବ ସମାଜ ଦେବ ଆଚରଣ 

   ଶିଖୁ ଶିଖୁ ହୁଏ ବୁଢ଼ା ।୫ 

ବେଦ ଭାଗବତ ପୁରାଣ ରଚିତ 

  କବି ଚେତନା ର ଜ୍ୟୋତି, 

ଜ୍ଞାନ ରୁ ବିଜ୍ଞାନ ନିର୍ମାଣ କରିଛି 

   ମନ୍ତ୍ର ସିଦ୍ଧି କେତେ ଖ୍ୟାତି ।୬ 

ମୂଷା ଠାରୁ ହାତୀ ଲମ୍ବିଅଛି ଜ୍ଞାନ 

  ଉଦର ବିଶାଳ ତା'ର, 

ଯେତେ ଯେ ଖୋଜିଛି ସେତେ ସେ ପାଇଛି  

   ଯେଉଁ ପରି ଅନ୍ତଃସ୍ଵର ।୭ 

ହିନ୍ଦୁ ସଂସ୍କାରରେ ପ୍ରତିମା ପୂଜିତେ 

   ସ୍ମରନ୍ତି ସେ ଅଧିଶ୍ଵର, 

ବିଦ୍ୟାଳୟେ ପୂଜା ବିଦ୍ୟାର୍ଥୀ କରନ୍ତି 

   ପୁସ୍ତକ ଲେଖନୀ ତା'ର ।୮ 

ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀରେ 

  କରନ୍ତି ବିଶେଷ ପୂଜା, 

ଏ ଶୁଭ ମୂହୁର୍ତ୍ତେ ସୃଷ୍ଟି ସରଜନା 

  ଅର୍ଥେ ଜ୍ଞାନ ହେଲା ଖୋଜା ।୯ 

ହେତୁ ଅହେତୁର ଚରାଚର ଜୀବ 

   ହୃଦୟେ ପୂଜନ୍ତି ତାଙ୍କୁ, 

ଅହଙ୍କାର ଯେବେ ବୃଦ୍ଧି ପାଏ କାହିଁ 

   ଜ୍ଞାନ ନଦିଶେ ତାହାକୁ ।୧୦ 

ପାଶ, କୁଶ ଶସ୍ତ୍ର ନାହିଁ ପ୍ରୟୋଜନ 

  ନୁହେଁ ସେ କାହାର କିଛି , 

ଧର୍ମ କର୍ମ ନେଇ ବିଘ୍ନ ନାଶଯାଏ 

  ଲକ୍ଷ୍ୟ ଦିଏ ଜ୍ଞାନ ବାଛି ।୧୧ 

ଏକ ଦେବତା ସେ ପଞ୍ଚ ଦେବତା ବି 

    ସହସ୍ର ଦେବ ତତ୍ତ୍ଵରେ, 

ଶ୍ଵାସରେ ଓଁଙ୍କାର ଉତ୍ପନ୍ନ ହୋଇଲେ 

   ଭେଦିଵ କିଛି ଆତ୍ମାରେ ।୧୨ 

ଗଣେଶ ଠାକୁର ନିଜେ ଜଗନ୍ନାଥ 

   ଅନନ୍ତ ଶୂନ୍ୟ ବିହାରୀ, 

ଜ୍ଞାନଦାତା ଭାବେ ଶ୍ରୀ ଗଣେଶ ରୂପେ 

   ଥାଆନ୍ତି ଘଟ ଆବୋରି ।୧୩ 

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍