ସ୍ବାବଲମ୍ବୀ
ସ୍ବାବଲମ୍ବୀ
- ଛାନ୍ଦକ ଛାନ୍ଦିଲେ ଛାନ୍ଦ କେଡ଼େ ଆନନ୍ଦ, ବିମାନେ ଦୋଳ ଗୋବିନ୍ଦ ଖୋଜୁଛି ଚାନ୍ଦ । ରଚିଲି ରଚନା କାଳେ ମଧୁ ମଙ୍ଗଳେ, କାଳ ଅବେଳରେ ବାଳେ ବିମୁଖେ ଚଳେ । ବାପା ଜେଜେ ଦାଦୀ ବବା ହେଲେଣି କାବା, ଯୌଥ ପରିବାର ସ୍ନେହ କାହୁଁ ପାଇବା । ପତିପତ୍ନୀ ମଧ୍ୟେ ଦ୍ଵନ୍ଦ ଭାଙ୍ଗେ ସଂପର୍କ, ସ୍ଵେଚ୍ଛାଚାରୀ ନାରୀ ଖୋଜେ ସ୍ବଚ୍ଛ ସଉକ । ପ୍ରକୃତି ପୁରୁଷ ହୋଇ କଲି ସଂସାର, ସମର୍ପଣ ଭାବ ମୋର ଗଲା ଏଥର। ସୁଭଦ୍ରା ପାଇ ପ୍ରକୃତି ସ୍ବାବଲମ୍ବୀ ସେ, ପୁରୁଷ ବନ୍ଧା ହେଲେଣି ଶାସନ ବଶେ । ନାରୀ ପାଏ ଯେବେ ପୀଡ଼ା ହୁଏ ପ୍ରଘଟ, ଶୁଣେ ପୁରୁଷର କଷ୍ଟ ହେଲା ଉତ୍କଟ । ଧର୍ମେ ପରୀକ୍ଷିତ ନେଲେ ଶାସନ ଭାର, ଏବେ ଚାଲୁନାହିଁ ମୋର ସୁଖେ ସଂସାର। ଧର୍ମ ସଂସ୍ଥାପକ ଯେବେ କରେ ଛଳନା, କଳି କୁ ନାଶିବି କରି କେଉଁ ବାହାନା । ଯହିଁ ଥାଏ ସମର୍ପଣ ଖୋଜେ ନୟନ, ବାଛି ବଞ୍ଚାଇବେ ବିଶ୍ଵେ ନବ ନିର୍ମାଣ। ସ୍ବାବଲମ୍ବୀ ସ୍ଵେଚ୍ଛାଚାରୀ ହୁଅ ସେବାରେ, ଘଣ୍ଟ ଆଢ଼ୁଆଳେ ଥିବ ଯିଏ ମହୀରେ ।
