ସକାଳୁଆ ଖରା
ସକାଳୁଆ ଖରା
ସକାଳୁଆ ଖରା ଆନନ୍ଦ ଲାଗାଇ
ଦିନ ସରିଯାଏ କ୍ଷଣକରେ,
ପନିପରିବାରେ ଅଭାବ ନଥିଲା
ଚାଷୀ ଲାଗେ ଧାନ ଅମଳରେ ।
ହଳ ଲଙ୍ଗଳର ଯୁଗ ଗଲାଦିନୁ
କଳଲଙ୍ଗଳରେ ହୁଏ ଚାଷ,
ଖଳାବେଙ୍ଗେଳାର ନାହିଁ ପ୍ରୟୋଜନ
ଧାନ କାଟୁ କାଟୁ କାମ ଶେଷ।
ଜନ ସଂଖ୍ୟା ଯେତେ ବଢିବଢିଚାଲେ
କୃତ୍ରିମ ଉପାୟ ସେତେ ହୁଏ,
କଂକ୍ରିଟ ବିଚ୍ଛେଇ ଯିବାରୁ ସବୁଠି
ଗ୍ରୀଷ୍ମ ବହୁ ଦିନ ବଞ୍ଚି ରହେ ।
ଚାରି ଚାରି ମାସ ଭାଗ ପାଇଥିଲେ
ଗ୍ରୀଷ୍ମ ବର୍ଷା ଶୀତ ଅନୁଭବେ ,
ପ୍ରାଣୀ ଷଢଋତୁ ଜାଣି ପାରୁଥିଲେ
ପ୍ରକୃତି ବଦଳୁଥାଏ ଯେବେ।
ଅନୀୟମିତତା ଋତୁ ଙ୍କୁ ଗ୍ରାସିଛି
ପ୍ରକୃତି ଚରିତ୍ର ବାଟବଣା,
ଖରା ବର୍ଷା ଶୀତ କୋପରେ ଜଗତ
ଶଙ୍କଟ ପଥକୁ ହୁଏ ଟଣା।
ଉଷ୍ମତାପଗୃହେ ଶୀତର ରଜନୀ
ମୋବାଇଲ ଦେଖି ରାତି କାଟେ,
ପାଦ ଓଠଫଟା ସଳସିମା ହେବା
ପ୍ରତିରୋଧ ପାଇଁ ପଥ ଚିନ୍ତେ।
ତୁଣ୍ଡ ବାଇଦ ଯେ ସହସ୍ର କୋଷକୁ
ଆଜିକାଲି ଶୀତ ହେଉନାହିଁ,
କିଏ ଜାଣେ ଏହି ଋତୁରେ ବରଫ
ଦେଖାଦେବ ଆଖପାଖେ କାହିଁ।
ଏ ଋତୁ ମହିମା ଅନୁଭବି କହେ
ପଟିଆ ଘୋଡେ଼ଇ ଶୋଉଥିଲୁ,
ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଗଲେ
ହେମାଳ ଲାଗିବ ମନେ ଭାଳୁ।
କାର୍ତ୍ତିକ ବୁଡରେ ଦାନ୍ତ ବାଜୁଥିଲା
କାଠଗଣ୍ଡି ଜାଳି ପଇଁ ହେଉ,
ଅଗି ଜାଳି ଫେରୁ ଚଦର ଘୋଡେ଼ଇ
ବସନ୍ତରେ ଦେଖି ଶୀତ ଦାଉ।
ମାର୍ଗଶିର ମାସ ହେବାରୁ ପ୍ରବେଶ
ଥଣ୍ଡା ଲାଗିଲାଣି ଚାରିଆଡ଼େ,
ମାର୍ବଲ ଉପରେ ମୋଜା ପିନ୍ଧି ଚାଲୁ
ଜୀବନ ଚଳଣି ନୂଆ ମୋଡେ।
କାମ କରିବାକୁ ସମୟ ନିଅଣ୍ଟ
ଏହି ଦିନେ ଲାଗେ ସବୁକ୍ଷେତ୍ରେ,
ହାତର ଦରବ ଖସି ପଡୁଥିଲା
ଜାଣି ନ ହୁଅଇ ସ୍ଵଆୟତେ ।
ମନେପଡେ ଆଜି ବିଲ ଭାତଖିଆ
ସୁଆଦ ତାହାର ମିଳେ କାହିଁ,
ପ୍ରଭାତ ରୁ ଉଠି ଘରର ପୁରୁଷ
ଧାନ କାଟୁଥାଏ କ୍ଷେତେ ଯାଇ।
ଖଟା ଓ ପଖାଳ ପେଟେ ଖାଇଯାଏ
ଧାନ ମୂଳ କାଟେ ଓଳି ଭରି,
ମାଆ ଭାତ ଧରି ଆସିଲେ ବିଲକୁ
ଆନନ୍ଦ ର ସୀମା ନୁହେଁ ଧରି।
ଆଜି ଗୁଡିଆଠୁ ସକାଳୁ ଖାଆନ୍ତି
ପଖାଳ କଂସାକୁ ଭୁଲିଯାଇ,
ଖାଦ୍ୟ ନୀୟତ୍ରଣବ୍ୟାଧି ତେଣୁ ଆସେ
ରକ୍ତଚାପ ମଧୁମେହ ହୋଇ।
ସଉକୁନି ଭରା ମେଷଜ ପୋଷାକ
ଆଖି ଛାଡି ପିନ୍ଧୁଛନ୍ତି ଜନେ,
ଶୀତ ମେଘ ମଧ୍ୟେ ତଡାତଡି ଖେଳ
ତେଣୁ ଋତୁ ଭୋଗ ସ୍ଵଳ୍ପ ସ୍ଥାନେ ।
ଆମରି ସ୍ଵଭାବ ବଦଳିଲା ଦିନୁ
ଋତୁଙ୍କ ସ୍ଵଭାବ ବଦଳିଛି,
ଆମେ ନୀୟତ୍ରଣେ ନ ରହିଲା ଯାଏ
ଦୁଃଖ ଭୋଗୁଥିବା କିଛି କିଛି ।
