STORYMIRROR

KAMAKSHYA PRASAD BEHERA

Others

4  

KAMAKSHYA PRASAD BEHERA

Others

ଆଜି କି ଆନନ୍ଦ ଦିନ

ଆଜି କି ଆନନ୍ଦ ଦିନ

1 min
3


ଆଜି କି ଆନନ୍ଦ ଦିନ 

ବିଶ୍ଵ ନୀୟନ୍ତା ଙ୍କ ଜନମ ମୂହୁର୍ତ୍ତେ  

ସଂସାର ତିମିରାଚ୍ଛନ୍ନ ଗୋ... ଘୋଷା 

କେଡେ ମାୟା ସତେ କଲେ 

କାରାଗାରେ ଦିବ୍ୟ ଜ୍ୟୋତି ପ୍ରକାଶିଲା  

ସର୍ବ ଦ୍ଵାର ଫିଟିଗଲେ ।

ନିଦ୍ରାଗତେ ଦ୍ଵାରି ଗଣ ଗୋ ।।1 

ଯମୁନା ଛାଡ଼ିଲା ପଥ

ଯୋଗମାୟା ଆସି ଦେଲେ ସମ୍ବାଦଯେ 

କଂସ କଲା ଉତୁପାତ । 

ପୁରିଗଲା ପାପ ମାଣ ଗୋ ।।2 

ନନ୍ଦ କୋଳେ ପୂର୍ଣ୍ଣ ଚାନ୍ଦ 

ବିନାଶ କରିଲେ ଅଭିଶପ୍ତ ରୂପ 

ଅର୍ଜି ଥିବା ପୂର୍ବ ଦ୍ଵନ୍ଦ । 

ଉଦେ କରି କଂସ ଜ୍ଞାନ ଗୋ ।।3 

ମଥୁରା ବିଜୟେ ହରି 

ହରିନେଲେ ସର୍ବ ସଙ୍କଟ ସଂସାରୁ 

ଜୀବ ହେଉଥାନ୍ତି ଝୁରି । 

ହୃଦେ ମାନି ଭଗବାନ ଗୋ ।।4 

ଭାଗବତ ଦିବ୍ୟ ବାଣୀ 

ନିଜ ଲୀଳାଖେଳା ନିଜେ ଲେଖିଗଲେ 

 ଚେତନା ପ୍ରାଣୀ ଠେ ଆଣି । 

ଆତ୍ମଜ୍ଞାନ ସଂକୀର୍ତ୍ତନ ଗୋ ।।5 

ସିଏ ତୁମେ, ତୁମେ ସିଏ 

କାରୁଣ୍ୟ ଦାରୁଣ୍ୟ ବ୍ୟଙ୍ଗ ବିଶାରଦ 

ବିଭତ୍ସ ସ୍ଵରୂପ ଟିଏ । 

ହାସ୍ୟ ନୈରାଶ୍ୟ ଭଜନ ଗୋ।।6 

ପୂର୍ଣ୍ଣ ବ୍ରହ୍ମ ଦାରୁ ଦିଅଁ 

ବିବିଧ ବର୍ଣ୍ଣ ରେ ଭିନ୍ନ ସ୍ଵରୂପ ରେ 

ବିଶ୍ଵ ଜୀବଙ୍କର ପ୍ରିୟ । 

ତତ୍ତ୍ଵ କରିଣ ଶ୍ରବଣ ଗୋ ।।7 

ମାନବୀୟ ଲୀଳା ଖେଳା 

ଦେହ ତ୍ୟାଗ କରି ନବ କଳେବର 

ହେଉଥାନ୍ତି ଚକାଡୋଳା । 

ପୁଣ୍ୟ କର୍ମେ ସାଧୁ ସ୍ଥାନ ଗୋ ।।8 

ଭାଦ୍ରବ କୃଷ୍ଣ ଅଷ୍ଟମୀ 

ପାପ ଚେତନା ର ଅବକ୍ଷୟ ଯାଇ 

ପୁଣ୍ୟ କୁ ଜଗାନ୍ତି ସ୍ଵାମୀ । 

ଏଥିପାଇଁ ଆଗମନ ଗୋ ।।9 

ସକଳ ତାଙ୍କ ଭିଆଣ 

କଣ୍ଢେଇ ପ୍ରକାରେ ନଚାନ୍ତି ଆମକୁ 

ଶୂନ୍ୟ ଶକ୍ତି ର ଅନ୍ୟ । 

କେବେ ତ ଦେବ ଦର୍ଶନ ଗୋ ।।10 

    *********


Rate this content
Log in