STORYMIRROR

KAMAKSHYA PRASAD BEHERA

Others

4  

KAMAKSHYA PRASAD BEHERA

Others

କାଉଡ଼ିଆ କହେ

କାଉଡ଼ିଆ କହେ

1 min
8

 ବାହୁଙ୍ଗୀ କଳସ ଏକାଠି କରି, ଶିବଙ୍କ ସଂଙ୍କେତ ଦେଇଛି ଭରି । ଯେମିତି ଦେଖିଲେ ବଢିବ ଭକ୍ତି, ଗୋଟି ଗୋଟି କରି ଖଞ୍ଜିଛି ଶକ୍ତି । ବାଘ ଛାଲ ପରି ପୋଷାକ ପିନ୍ଧି, ଭକତିରେ ପ୍ରାଣ ଯାଇଛି ରଞ୍ଜି । ଫୁଙ୍ଗୁଳା ପାଦରେ ଚାଲିଛି ଲୟେ, ପଞ୍ଚାକ୍ଷରୀ ମନ୍ତ୍ର ତୁଣ୍ଡରେ ଥାଏ । ନାମ ସ୍ମରି ଲିଙ୍ଗ ଗଢିଲି ହାତେ, ନଈକୂଳେ ପୂଜା କରିଲି କେତେ । ସାତ ବୁଡା ଦେଇ ଉଠାଏ ଜଳ, ଭାର ଧରି କାନ୍ଧେ ପାଇଲି ବଳ। ମୋ ସାଥୀରେ ଥିଲେ ଯେତକ ଭକ୍ତ, ଧାଡ଼ି କରି ଚାଲୁ ପଢିଣ ମନ୍ତ୍ର। ଶୁଭୁଥାଏ ଦୁହା ଡାକକ ଯାଏ, ରହିରହି ବୋଲି ଭକତି ସୁଏ । ଧରମେ କାଟଇ ଶ୍ରାବଣ ମାସ, ବରଷେ ପ୍ରାଣରୁ ଭକତି ରସ । ମେଘ ବରଷାରେ ଭିଜଇ ଯେତେ, ମହାଦେବ ଟାଣି ନିଅନ୍ତି ମତେ । ଗଙ୍ଗାଧର ଶିରେ ଢାଳିଲେ ପାଣି, ଉଦ୍ଧାର ପାଆନ୍ତି ପ୍ରତ୍ୟେକ ପ୍ରାଣୀ । ରବିବାର ରାତି ପ୍ରଭାତ ସୋମ, ଚତୃଦିଗେ ଶୁଭେ ଶିବଙ୍କ ନାମ । ଦେଖି କାଉଡ଼ିଆ ଭକତ ଭିଡ଼, ସେ ଭାବ ବେଉସା ରଚିଲା ଗଡ଼ । ଶିବ ଶିବ ଲାଗେ ସଂସାର ସାରା, ସବୁ ପୀଠ ଶିବ ଆଶିଷ ଭରା । ଏହି ଭାବ ଯେବେ ଜାଗନ୍ତା ନିତ୍ୟ, କଳିଯୁଗେ ପସି ଯାଆନ୍ତା ସତ୍ୟ । *******


Rate this content
Log in