ବାଲିଯାତ୍ରା
ବାଲିଯାତ୍ରା
ସ୍ମୃତି ଗାଥା ଗାଏ ମନେ
ଉତ୍କଳ ବିଭବ,
ବାରବାଟୀ ଦୁର୍ଗ ପାଖେ
ବୈଶ୍ୟଙ୍କର ଭାବ।
ରାଜା ଆଜ୍ଞା ଘେନି ଯାଏ
ସାଧବ ବିଦେଶ,
ପାରଦର୍ଶି କର୍ମ କଳା
ବଢାଇ ବିଶ୍ୱାସ ।
ବାଲି, ବୋର୍ଣ୍ଣିଓ, ଜାଭା
ଓ ସୁମିତ୍ରା ଦ୍ଵିପରେ,
ଆଦରର ଦ୍ରବ୍ୟ ବିକି
ଧନ ଧରି ଫେରେ ।
ଏ ଐତିହ୍ୟ ଜନରଵ
ବାଲିଯାତ୍ରା ରୂପେ,
ମହାନଦୀ ବାଲି ପୀଠେ
ଚେତାଏ ସ୍ଵରୂପେ ।
ବାଲିଯାତ୍ରା ଠୁଙ୍କାପୁରି
ପ୍ରସିଦ୍ଧ ଭୋଜନ,
ସକଳ ଦ୍ରବ୍ୟର ଏଠି
ମିଳଇ ସନ୍ଧାନ ।
କାର୍ତ୍ତିକ ପୂଜା ଭସାଣି
ଗଡ଼ଗଡ଼ିଆ ରେ,
ଦେଖି ହୁଏ ଥାଟ୍ଟ,ନାଟ
ଏହି ଯାତ୍ରାଠାରେ ।
ଐତିହ୍ୟ ସ୍ମରଣ ଯେବେ
କଲେ ସରକାର,
ନାନା ସାଂସ୍କୃତିକ କାର୍ଯ୍ୟେ
ବଢ଼ିଛି ସମ୍ଭାର ।
ଦେଖିବା ଖାଇବା ସହ
କିଣିବା ନିମନ୍ତେ,
ପରିବାର ସହୋଦର
ଆସନ୍ତି ସମସ୍ତେ ।
ଏବେ ସକଳ ଜାଣିବେ
ଗୌରବ ଐତିହ୍ୟ,
ଜାଗିଲେ ନବ ଚେତନା
ହେବ କୀର୍ତ୍ତିମୟ ।
ଆ କା ମା ବୈ
ଅକ୍ଷର ଉଚ୍ଚାରୀ,
ଡଙ୍ଗାକୃତି ଜଳେ ଛାଡେ
ଉତ୍କଳ ଆମରି ।
କାର୍ତ୍ତିକ ପୂର୍ଣ୍ଣିମା ପ୍ରାତେ
ଡଙ୍ଗା ଭସା କଥା,
କାଳ ହିସାବକୁ ଲଙ୍ଘି
ଚାଲିଅଛି ପ୍ରଥା ।
କାର୍ତ୍ତିକେ ବୋଇତ ଧରି
ଯାଆନ୍ତି ସାଧବ,
ଆଷାଢ଼େ ଫେରିବା ଯାଏ
ଧର୍ମେ କରି ଭାବ ।
ମଧୁବାବୁ ଡାକେ ଜାଗି
ଥିଲା ସେ ଗୌରବ,
ନବ ଉତ୍କଳ ନିର୍ମାଣେ
ହୋଇଛି ସମ୍ଭବ ।
ସେ ଯଶ ବୈଭବ ବଢୁ
ଓଡ଼ିଆଙ୍କ ପ୍ରାଣେ
ଉତ୍କଳ ଐତିହ୍ୟ ଯେତେ
ବଞ୍ଚୁ ପ୍ରତି କ୍ଷଣେ ।
ବାଲିଯାତ୍ରା ଦେଖୁ ଦେଖୁ
ଏ ଚିନ୍ତା ପ୍ରକାଶେ,
କିମ୍ବଦନ୍ତୀ ରୂପେ ଅଛି
କେତେ ଅପ୍ରକାଶେ ।
ସକଳ ଗୌରବ ପାଇଁ
ଆତ୍ମା ରହୁ ଶୁଦ୍ଧ,
ଜଗନ୍ନାଥ ଚେତନାରେ
ବାଲିଯାତ୍ରା ପଦ ।
ମାନବୀକତାର ହାଟ
ବସୁ ଏହିଠାରେ,
ଜଗତେ ଦୁର୍ଲଭ ଅଛି
ଭାବୁଛି ମନରେ ।
ପସରା ମେଲିଛି ସିଏ
କାର୍ତ୍ତିକ ପଡନ୍ତେ,
ପଞ୍ଚୁକେ ତା କାରବାର
ବଢଇ ଅନନ୍ତେ ।
ଏ ଗୌରବ କାରି ପାଇଁ
ଛାଡଖାଇ ପର୍ବ,
କିଆଁ କୀର୍ତ୍ତି ନାଶକର
ମନେ ଆଣି ଗର୍ବ ।
ଐତିହ୍ୟ ସ୍ମରଣେ ଯହିଁ
ବାଲିଯାତ୍ରା ହୁଏ,
ଅସଞ୍ଜତ ହେଲେ ଲୋକ
ବଞ୍ଚାଇବ କିଏ ।
କାଳିଆ ର ବାଲିଯାତ୍ରା
କର ଲୋକପ୍ରିୟ,
ଜଗତ ଜନଙ୍କୁ ମଣି
ନିଜଠୁ ଆତ୍ମୀୟ ।
